ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା କମିଟି: ବିଜେଡି ବିଜେପି ବଳ କଷାକଷି

youtube

ନୟାଗଡ଼: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କୁ ନେଇ ଏବେ ବିଜେଡି ବିଜେପି ବଳ କଷାକଷି ଚାଲିଛି । ଉକ୍ତ ବ୍ୟାଙ୍କ ପରିଚାଳନା କମିଟି ଓ ସମ୍ପାଦକ ଙ୍କ ଶକ୍ତିକୁ ନେଇ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ବିଜେପି ଗତ ଏକ ବର୍ଷରୁ କମ ସମୟ ହେଲା କ୍ଷମତା କୁ ଆସିବା ପରେ ପରିଚାଳନା କମିଟି କୁ ହଟାଇବା ପାଇଁ ବିଜେପି ର ହୀନ ପ୍ରୟାସ ଏବେ ପଦାକୁ ଆସିଛି । କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଙ୍କୁ ବିଜେପି ଏବେ ହତେଇଛି ।ସମ୍ପାଦକଙ୍କୁ ବିଜେପି ସମ୍ପୂର୍ଣ୍ଣ ସହାୟତା କରୁଥିବା ବେଳେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତିଙ୍କୁ ହଟାଇବା ପାଇଁ ଏବଂ ତାଙ୍କୁ ନିଲମ୍ବନ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି ।ସଭାପତି ରବୀନ୍ଦ୍ର ସାହୁ ଓ ପରିଚାଳନା କମିଟି କୁ ବଦନାମ କରିବା ପାଇଁ ଆୟକର ବର୍ଷ ବର୍ଷ ଧରି ଫାଙ୍କିଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ଙ୍କ ମୁଣ୍ଡରେ ଅଠା ବୋଳିବା ସହିତ ସଭାପତିଙ୍କୁ ନିଲମ୍ବନ କରାଯାଇଛି ।ଏହି ବ୍ୟାଙ୍କ ବର୍ଷ ବର୍ଷ ଧରି ଆୟକର ଫାଙ୍କିବା ସହିତ ଗୋଟିଏ ପ୍ୟାନ କାର୍ଡ ରେ ଆୟକର ଦାଖଲ ନିୟମ ଥିବାବେଳେ ବ୍ୟାଙ୍କ କିନ୍ତୁ ୩୨୪ କୋଟି ଟଙ୍କା ଆୟକର ଫାଙ୍କିଛି। ଏହି ଆୟକରକୁ ନେଇ ପରିଚାଳନା ପରିଷଦ ଗୋଟିଏ କନସଲଟାନସି କୁ ୨କୋଟି ଟଙ୍କା ପ୍ରଦାନ କରିବାରେ ସଭାପତି ଅନିୟମିତତା କରିଛନ୍ତି ଦର୍ଶାଇ ପରିଚାଳନା ପରିଷଦକୁ ବେନିୟମ ଘୋଷଣା କରିବା ସହିତ ନିଲମ୍ବନ କରାଯାଇ ଜିଲ୍ଲାପାଳ ଙ୍କୁ କ୍ଷମତା ପ୍ରଦାନ ସହିତ ସଭାପତି ତଥା ପରିଚାଳନା ପରିଷଦ ର ଆର୍ଥିକ କ୍ଷମତା ପ୍ରତ୍ୟାହାର କରାଯାଇଛି ।
ପରିଚାଳନା ପରିଷଦ ଏହାକୁ ଚ୍ୟାଲେଞ୍ଜ କରିବା ଫଳରେ ୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନିୟମିତତା , ମିଛ କାଗଜ ପତ୍ରରେ ଆଖୁ ଋଣ ୫୨୪.୫୮ କୋଟି ଦେବା, କର୍ମଚାରୀ ମାନେ ପାଖାପାଖି ୪ କୋଟି ଟଙ୍କା ବ୍ୟକ୍ତିଗତ ଋଣ ନେଇ ଆର୍ଥିକ କ୍ଷତି ଘଟାଇବା ଆଦି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏହି ପର୍ଦ୍ଦାଫାଶ କରିବା ଦ୍ୱାରା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସମ୍ପାଦକଙ୍କର କଳା କାରନାମା ପଦାରେ ପଡିଛି । ଏହାକୁ ନେଇ ପରିଚାଳନା ପରିଷଦ ୩/୪ ବୈଠକ ଡକାଯାଇଥିଲେ ମଧ୍ୟ ସମ୍ପାଦକ ବୈଠକରେ ଯୋଗ ନଦେବା, କୌଣସି କାଗଜପତ୍ର ହସ୍ତାନ୍ତର ନକରିବା , ବିଭିନ୍ନ କାର୍ଯ୍ୟରେ ଅସହଯୋଗ କରିବା ଘଟଣାରେ ୨ ଜଣ କର୍ମଚାରୀ ନିଲମ୍ବିତ ହେବା ସହିତ ସମ୍ପାଦକଙ୍କୁ ନିଲମ୍ବନ ପାଇଁ ସୁପାରିଶ କରିଥିଲେ। ପରିଚାଳନା ପରିଷଦ ସବୁ କିଛି କାଗଜ ପତ୍ର ଦାଖଲ କରିବା ଫଳରେ ସମ୍ପାଦକଙ୍କ ଅସଲ ଚେହେରା ପଦାରେ ପଡିଯାଇଛି। ବିଜେପି କ୍ଷମତାକୁ ଆସିବା ପରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ କୁ କିପରି ନିଜ ହାତକୁ ନେବ ସେଥିପାଇଁ ସମ୍ପାଦକ ଙ୍କୁ ହାତ କରି ଏସବୁ ଯୋଜନା କରିଛି ।ସମ୍ପାଦକ ଏବେ ହରଡଘଣା ପଡ଼ିଥିବା ବେଳେ ଏବେ ତାଙ୍କୁ ନିଲମ୍ବନ କରିବା ପାଇଁ ଯୋଜନା ଚାଲିଛି । ବ୍ୟାଙ୍କ ପରିଚାଳନା ସଭାପତି ରବୀନ୍ଦ୍ର ସାହୁଙ୍କ ଆହ୍ବାନ କ୍ରମେ ୬୬ ତମ ବାର୍ଷିକ ସାଧାରଣ ସଭା ବ୍ଲକ ସଭାଗୃହ ମଧ୍ୟରେ ଆୟୋଜିତ ହୋଇଯାଇଛି ।ଏଥିରେ ୧୨୫ ରୁ ଅଧିକ ସମବାୟ ସଭାପତି ଯୋଗ ଦେଇଥିଲେ । ଓଏସିବି ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ ସଭାର ବିବରଣୀ କୁ ଦୃଢ଼ୀକରଣ କରିବାକୁ ପ୍ରସ୍ତାବ ଦେଇଥିଲେ । ବ୍ୟାଙ୍କ ବଜେଟ ଉପସ୍ଥାପନ କରିବାପାଇଁ ବୈଠକରେ ପ୍ରସ୍ତାବ ହୋଇଥିଲେ ମଧ୍ୟ ସମ୍ପାଦକ ବୈଠକ ରେ ଅନୁପସ୍ଥିତ ରହିଥିବାରୁ ବଜେଟ ଅନୁମୋଦନ ହୋଇପାରିନଥିଲା ।ଯଦି ବଜେଟ ବିନା ଅନୁମୋଦନରେ ଅର୍ଥ ଖର୍ଚ୍ଚ କରାଯାଏ, ସେହି ଅର୍ଥ ସମ୍ପାଦକଙ୍କ ଠାରୁ ରିକଭରି କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।
୨୦୧୯- ୨୦ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ କର୍ମଚାରୀ ମାନେ ବେଆଇନ ଭାବେ ନେଇଥିବା ବୋନସ ଅନିୟମିତତା ସମ୍ପର୍କରେ ଓସିଏ ଆକ୍ଟ୍ ସେକ୍ସନ ୬୫ ଅନୁଯାୟୀ ତଦନ୍ତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବ୍ୟାଙ୍କ ପରିଚାଳନା ପରିଷଦକୁ ସମ୍ପାଦକଙ୍କ ଅସହଯୋଗ ଏବଂ ମାନମାନି ନେଇ ଆଲୋଚନା ପରେ ତୁରନ୍ତ ରାଜ୍ୟ ସମବାୟ ବିଭାଗ ତାଙ୍କୁ ନୟାଗଡ଼ରୁ ନିଲମ୍ବନ କରି ତାଙ୍କ ବିରୋଧରେ କରାଯାଇଥିବା ଚାର୍ଜଫ୍ରେମ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ହୋଇଛି ।ପୂର୍ବ ପରିଚାଳନା ପରିଷଦ ବୈଠକ ରେ ବ୍ୟାଙ୍କ କର୍ମଚାରୀ ସସ୍ମିତା ଦାସ ଓ ମୃତ୍ୟୁଞ୍ଜୟ ବେହେରାଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ପରିତ ହୋଇଥିବା ବେଳେ ସାଧାରଣ ସଭାରେ ଏହାକୁ ସମର୍ଥନ କରାଯାଇଛି ।ଏହି ଦୁଇ କର୍ମଚାରୀଙ୍କନିଲମ୍ବିତ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ସେମାନେ ମତ ପ୍ରକାଶ କରିଛନ୍ତି।ପରିଷଦ ର ଉପସଭାପତି ମୌସୁମୀ ସାହୁ, ଓଡ଼ିଶା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ , ପରିଚାଳନା ପରିଷଦ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ନିତ୍ୟାନନ୍ଦ ପ୍ରଧାନ, ମହେଶ୍ୱର ବେହେରା, ମାଧବ ଚନ୍ଦ୍ର ସାହୁ, ମନୋଜ କୁମାର ନାୟକ, ବାସନ୍ତୀ ରାଉତ, ସୂର୍ଯ୍ୟମଣି ସ୍ୱାଇଁ, ସଞ୍ଜୟ ଖୁଣ୍ଟିଆ, ପ୍ରଦୀପ ବେହେରା, ସୂର୍ଯ୍ୟ ନାରାୟଣ ସାହୁ, ସୁରପ୍ରିୟା ମହାନ୍ତି, ଉପେନ୍ଦ୍ର କୁମାର ସାହୁ ପ୍ରାମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.