
ଭିଡିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ମାଉଜର ଲଗାଇ ଆକ୍ରମଣ ଅଭିଯୋଗ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲଘୁଖଣିଜ ଲୁଟ କରୁଥିବା ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଏକ ନଗ୍ନ ନମୁନା ଆଜି ଧରାକୋଟ ଥାନା ନିକଟରେ ଥିବା ତାଳ ପାଟଣା ଟାଟା ରିଲିଫ ସାହି ପାଖରେ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବର ପାଇ ଧରାକୋଟ ଅଞ୍ଚଳ ର ସାମ୍ବାଦିକ ଉକ୍ତ ମୋରମ ଚାଲାଣ ହେଉଥିବା ଭିଡିଓ ଉତ୍ତୋଳନ କରୁଥିବା ବେଳେ କବିରାଜ ସାହୁ ଓ ତାଙ୍କ ପୁତ୍ର ସାମ୍ବାଦିକଙ୍କୁ ମାଡ଼ ମାରୁଥିବା ବେଳେ ଏହି ସମୟରେ ସଞ୍ଜୟ ନାମକ ଯୁବକ ଏକ ମାଉଜର ପଛପଟୁ ଛାତିକୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଲଘୁ ଖଣିଜ ଲୁଟ କରୁଥିବା ମାଫିଆ ମାନେ ଏବେ ସାମ୍ବାଦିକ ମାନଙ୍କୁ ବି ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଚମକ ଦେବାକୁ ପଛାଉନାହାନ୍ତି।ଲଘୁଖଣିଜ ଲୁଟେରା ମାନଙ୍କ ସହ ସ୍ଥାନୀୟ ପ୍ରଶାସନ ର ଆଶୀର୍ବାଦ ଥିବା ଯୋଗୁଁ ଏମାନେ ଇନ୍ଦ୍ର ଚନ୍ଦ୍ର ମାନୁନଥିବା ଚର୍ଚ୍ଚା ହେଉଛି। ଲଘୁ ଖଣିଜ ମାଫିଆ ମାନେ ଗ୍ରାମ ବାସୀଙ୍କୁ ଧମକ ଚମକ ଦେବାର ନଜିର ରହିଛି। ଆଜି ଜଣେ କର୍ତ୍ତବ୍ୟରତ୍ତ ସାମ୍ବାଦିକ ଙ୍କୁ ବାପ ପୁଅ ମାଡ ମାରିବା ବେଳେ ଅନ୍ୟ ଜଣେ ମାଉଜର ରେ ଆକ୍ରମଣ କରିବା ଘଟଣାକୁ ବାହୁ ସାମ୍ବାଦିକ ନିନ୍ଦା କରିବା ସହ ମାଫିଆ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।