ଲାହୋର ଛାଡ଼ିବାକୁ ଆମେରିକା ନାଗରିକଙ୍କୁ ନିର୍ଦେଶ ଦେଲେ ଟ୍ରମ୍ପ

add-all

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧସ୍ଵରୂପ ଭାରତର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ପାକିସ୍ତାନ ପ୍ରତିଆକ୍ରମଣ କରିବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ୨ୟ ଦିନରେ ଭାରତ ପାକିସ୍ତାନର ରାଓ୍ବଲପିଣ୍ଡି ଓ ଲାହୋର ସମେତ ଅନ୍ୟ କେତେକ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନାଗରିକମାନଙ୍କୁ ଲାହୋର ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ଲାହୋର ଛାଡ଼ି ଅନ୍ୟତ୍ର ପଳାଇବାକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ। ନିର୍ଦେଶ ନ ମାନିଲେ ନିଜ ସୁରକ୍ଷା ନିଜେ କର ବୋଲି ଟ୍ରମ୍ପ କହିଛନ୍ତି।
ଭାରତର ଅପରେସନ ‘ସିନ୍ଦୂର’ର ପ୍ରଥମ ଦିବସ ଆକ୍ରମଣ ପରେ ଟ୍ରମ୍ପ ଉଭୟ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଭାରତର ଆକ୍ରମଣ ପରେ ପାକିସ୍ତାନକୁ ଚୁପ ରହିବାକୁ ଟ୍ରମ୍ପ ତାଗିଦ କରିଥିଲେ। କିନ୍ତୁ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆକ୍ରମଣ ଆରମ୍ଭ କରିଛି। ଯାହାର କଡ଼ା ଜବାବ ଦେଇଛି ଭାରତ।

ad-week
Leave A Reply

Your email address will not be published.