ଓଟିଟି ପ୍ଳାଟଫର୍ମରୁ ହଟିବ ପାକିସ୍ତାନୀ ବିଷୟବସ୍ତୁ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ : ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ସହ ସୀମା ପାର ସମ୍ପର୍କ ଥିବା ପ୍ରମାଣିତ ହୋଇଛି। ନିକଟରେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ନେପାଳୀ ନାଗରିକଙ୍କ ସମେତ ଅନେକ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.