ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା

add-all

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍‌ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି ଦେଇଛି। ଯାହାଫଳରେ ପାକ୍‌ରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି।
ଭାରତ ସରକାର ଗୁରୁବାର ରମ୍ବନଠାରେ ଚେନାବ ନଦୀରେ ନିର୍ମିତ ବଗଲିହାର ଡ୍ୟାମର ୨ଟି ଗେଟ ଏବଂ ରିଆସୀଠାରେ ସଲାଲ ଡ୍ୟାମର ୩ଟି ଗେଟ୍‌କୁ ଖୋଲି ଦେଇଛନ୍ତି। ପାକିସ୍ତାନକୁ କୌଣସି ସୂଚନା ନ ଦେଇ ସରକାର ଗେଟ୍‌ ଖୋଲି ଦେବାରୁ ନଦୀରେ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହୋଇଛି। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମରେ ଜଳସ୍ତର ନିୟନ୍ତ୍ରଣ କରିବା ଲାଗି ଭାରତ ଗେଟ୍‌ ଖୋଲିଥିବା କୁହାଯାଇଛି। ଗତ ସପ୍ତାହରେ ଭାରତ ପକ୍ଷରୁ ଚେନାବ ନଦୀ ଜଳକୁ ବନ୍ଦ କରିଦିଆଯାଇଥିଲା। ଯାହାଫଳରେ ନଦୀ ଶୁଖିଲା ପଡ଼ିତିଲା।

ad-week
Leave A Reply

Your email address will not be published.