ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସାଂସଦ ଙ୍କ ପାଣ୍ଠି ଟଙ୍କା ହଡ଼ପ ଅଭିଯୋଗ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ହେଉଛି। ତାହାର ନଗ୍ନ ନମୁନା ଏବେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦଙ୍କ ହାତ ପାଣ୍ଠିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ ଦିଲ୍ଲୀର ଏକ ତଦନ୍ତ କାରୀ ଦଳ ଆସି ସରଜମିନ ତଦନ୍ତ କରି ଯାଇଥିବା ଆସିକା ରେ ଚର୍ଚ୍ଚା ହେଉଛି। ଚଳିତ ମାସ ୬ ତାରିଖ ଦିନ ଏକ ଟିମ ଆସି ମହାବିଦ୍ୟାଳୟ ରେ ସାଂସଦ ଙ୍କ ହାତ ପାଣ୍ଠିରେ ହୋଇଥିବା କାର୍ଯ୍ୟଦେଶ ସମ୍ପର୍କ ରେ ପଚାରି ବୁଝି ଯାଇଥିବା ଜଣା ପଡିଛି। ଏନେଇ ନିରଞ୍ଜନ ମହିଳା ମହାବିଦ୍ୟାଳୟର ତତ୍କାଳିନ ଦାୟିତ୍ୱ ରେ ଥିବା ଅଧକ୍ଷଙ୍କୁ ପଚାରିବାରୁ ସେ କହିଲେ ସାଧାରଣ ନିର୍ବାଚନ ପୂର୍ବରୁ କଲେଜକୁ ଗୋଟିଏ ଏନ.ଏ.ସି ପକ୍ଷରୁ ଥଣ୍ଡା ପାନୀୟଜଳର ପ୍ୟୁରୁଫାଇ ମେସିନ ଗୋଟେ ଦିଆଯାଇ ଥିବା ପ୍ରକାଶ କରିଛନ୍ତି। ଏହା ବ୍ୟତୀତମୁଁ ଦାୟିତ୍ୱ ରେ ଥିବା ସମୟରେ କୌଣସି କାର୍ଯ୍ୟ ହୋଇନାହିଁ।ଏହି ତଦନ୍ତ ବେଳେ ଆସିଥିବା ଅଧିକାରୀ ଙ୍କୁ ଆସିକା ଅଞ୍ଚଳର କିଛି ବ୍ୟକ୍ତି ବିଶେଷ ଏହି ଥଣ୍ଡା ପାନୀୟଜଳ ମେସିନ କଲେଜ କୁ କେବଳ ଦିଆଯାଇଥିବା ନେଇ କହିଥିବା ଜଣାପଡିଛି। ଏଥିରୁ ବାରି ହେଉଛି, ଆସିକା ଅଞ୍ଚଳରେ ସାଂସଦଙ୍କ ହାତ ପାଣ୍ଠିର ଅର୍ଥ କିପରି ବିନିଯୋଗ ହୋଇଛି। ପୂର୍ବତନ ସାଂସଦଙ୍କ ହାତ ପାଣ୍ଠିର ଲକ୍ଷ ଲକ୍ଷ ଟଙ୍କା ହେରଫେର ହେବାର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି ହଡ଼ପ ହୋଇଥିବା ଟଙ୍କାର ପରିମାଣ ର ସଠିକ ତଦନ୍ତ ହେଲେ ବାବୁ ମାନଙ୍କ ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.