ଫେକ କଲ କରି ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ତିନି ଗିରଫ…

youtube

ମାଲକାନଗିରି, ୮।୫ ମାଲକାନଗିରି ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଜନୈକ ବ୍ୟକ୍ତିଙ୍କୁ ଫୋନ୍ କଲ ମାଧ୍ୟମରେ ଧମକପୂର୍ଣ ବାର୍ତା ଦେବା ସହ ତାଙ୍କ ଠାରୁ ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲ।। ଏହି ମାମଲାରେ ମାଲକାନଗିରି ପୋଲିସ ରାଜସ୍ଥାନରୁ ତିନିଜଣଙ୍କୁ ଗିରଫ କରିଛନ୍ତିା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଅଶୋକ କୁମାର ତ୍ରିପାଠି ନାମକ ବ୍ୟକ୍ତିଙ୍କୁ ଗତ ତା. ୨୪.୧୦.୨୦୨୪ ରିଖ ଦିନ ଏକ ଅଜ୍ଞାନ ନମ୍ବରରୁ ଫୋନ୍ ଆସିଥିଲା ଏବଂ ଏହି ଫୋନ୍ ରେ ଆସାମୀ ଜଣକ ହିନ୍ଦିରେ କଥାବାର୍ତା ହେବା ସହ ସେ ମୁମ୍ବାଇ ପୋଲିସର ସହାୟତା ନେବାକୁ କହିଥିଲୋ ପରେ ପୁନର୍ୱାର ଅନ୍ୟ ଏକ ନମ୍ବରରେ ଫୋନ୍ ଆସିବା ସହ ଆସାମୀ ଜଣକ କହିଥିଲେ ଯେ, ତୁମ୍ଭ ନାମରେ ଜନୈକ ମୋବାଇଲ ନମ୍ବର ଆଧାରରେ ମୁମ୍ବାଇରେ ୧୭ଟି କେଶ୍ ନମୋଦ ହୋଇଛି ବୋଲି କହିଥିଲୋ ଏ ସମ୍ବନ୍ଧରେ ସେ କିଛି ଜାଣି ନଥିବା ଏଥିରେ କୌଣସି ସମ୍ପୃକ୍ତି ନଥିବା କହିଥିଲୋ ପର ଦିନ ପୁନର୍ୱାର ଆଉ ଏକ ଫୋନ ନମ୍ବରରୁ କଲ୍ ଆସିବା ସହ ମୋତେ ପୋଲିସ୍ ଆଇଡି କାର୍ଡ, ତଦନ୍ତ ରିପୋର୍ଟ, ଏଟିଏମ୍ କପି, କାନାରା ବ୍ୟାଙ୍କ ଏକାଉଁଟ ଷ୍ଟେଟ ମେଂଟ ର ନକଲ ପଠାଇ ଏହି ସବୁ ତାଙ୍କ ନାମରେ ମାମଲାର ପ୍ରମାଣ ବୋଲି ଦର୍ଶାଇଥିଲୋ ଏଥିସହ ସୁପ୍ରିମ କୋର୍ଟର ଏକ କାଗଜ ମଧ୍ୟ ଦେଖାଇବା ସହ ଏ ସମ୍ବନ୍ଧରେ କାହାକୁ କିଛି ନ କହିବା ପାଇଁ କହିଥିଲୋ ଫଳରେ ଶ୍ରୀ ତ୍ରିପାଠି ଭୟଭିତ ହୋଇ ୨ ଲକ୍ଷ ଟଙ୍କା ଉକ୍ତ ।ସାମୀ ଦେଇଥିବା ଏକାଉଂଟକୁ ପଠାଇଥିଲୋ ଏହାର ଚାରିଦିନ ପରେ ପୁନର୍ୱାର ରିଜର୍ଭ ବୟାଙ୍କ ଅଫ ଇଣ୍ଡିଆର ଏକ ପେପର ଓ ଏକାଉଁଟ ତଥ୍ୟ ପଠାଇ ଘଟଣାର ତଦନ୍ତ ଓ ଭେରିଫିକେସନ ନିମନ୍ତେ ଟଙ୍କା ପଠାଇବାକୁ ବାଧ୍ୟ କରିଥିଲୋ ଫଳରେ ଶ୍ରୀ ତ୍ରିପାଠି ପୁନର୍ୱାର ଋଣ କରଜ କରି ୪ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲୋ ତେବେ ଶ୍ରୀ ତ୍ରିପାଠି ନିଜକୁ ନିର୍ଦୋଶ ସାବ୍ୟସ୍ତ କରିବା ପାଇଁ ଏହି ଟଙ୍କା ପଠାଇଥଇବା ବେଳେ ଏ ସମ୍ବନ୍ଧରେ ମାଲକାନଗିରି ଥାନାରେ ଲିଖିତ ଭାବେ ଜଣାଇଥିଲୋ ମାଲକାନଗିରି ଥାନା ପୋଲିସ କେଶ୍ ନଂ. ୯୯ ଅନୁ ଯାୟୀ ମାମଲା ଦାୟର କରି ଏହାର ତଦନ୍ତ କରି ରାଜସ୍ଥାନରୁ ତିନିଜଣଙ୍କୁ ଗିରଫ କରିଛନ୍ତିା ଗିରଫ ତିନିଜଣ ହେଲେ ରାଜସ୍ଥାନ ରାଜ୍ୟ ଜେଇସେଲମେର ଜିଲ୍ଲା ବାହୁକିରାଣି ଗ୍ରାମର ମୁକେଶ କୁମାର, ମାଙ୍କି ଗ୍ରାମର ସୁରେନ୍ଦ୍ର ଓ ଗାଉଡା ଗ୍ରାମର ନରେଶା ଏହି ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶା

Leave A Reply

Your email address will not be published.