ଡେମେଜ କଣ୍ଟ୍ରୋଲ ପାଇଁ ଆସିକା ବିଧାୟକଙ୍କ ପ୍ରୟାସ..!ମୁଖ୍ୟମନ୍ତ୍ରୀ ଙ୍କୁ କଟିକିଆ ଜୁହାର…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ଫେରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ଭାଟ ହେବାକୁ ଜିଲ୍ଲାର ବିଧାୟକ ଓ ସଂସାଦ ଏବଂ ମନ୍ତ୍ରୀ ମାନେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିକା ବିଧାୟକ ସରୋଜ ପାଢ଼ୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଟିକେ ଦେଖା କରିବାକୁ ଯାଇଥିଲେ। ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଯେପରି ହମବାଡ଼ା ନିତୀ ଦେଖାଇ ସରୋଜ ପାଢ଼ୀ ଅପଦସ୍ତ ହୋଇଥିଲେ। ସେହି ହାତ ମୋଡ଼ି ପଛକୁ କରିଦେବା କଥାକୁ ଧ୍ୟାନ ଦେଇ ଭାଇନା ଜାଗ୍ରତ ରେ ଏପଟେ ସେପଟେ ହେଉଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ନା ସାମନି ହେବା ବେଳେ ବିଧାୟକ ମହାଶୟ କଟିକିଆ ନମସ୍କାର କରି ହସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ବିଧାୟକଙ୍କ ଉତ୍ତରାଧିକାରୀ ବାପାଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟା ଭେଟ ହେବାର ଫୋଟ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଠାକୁରାଣୀ ଯାତ୍ରାରେ ହୋଇଥିବା ହଟହଟା କଥା ଭୁଲେଇବା ପାଇଁ ବିଧାୟକ ମହାଶୟ ଡେମେଜ କଣ୍ଟ୍ରୋଲ କରିବାକୁ ପ୍ରୟାସ କରିବାକୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଧାୟକ ମହାଶୟ ଜୁଆଡ଼େ ଗଲେବି ତାଙ୍କ ବିରୋଧି ମାନେ ତାଙ୍କ ଉପରେ ନଜର ରଖୁଥିବା ଏହି ଫୋଟରୁ ପ୍ରମାଣ ହୋଇଛି।

ad-week
Leave A Reply

Your email address will not be published.