
ନୂଆଦିଲ୍ଲୀ : ଭାରତ-ପାକ୍ ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ହେଉଛି ଘନ ଘନ ବୈଠକ । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକ ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ଔଷଧ ନିର୍ମାତା କମ୍ପାନୀ ଓ ବିତରକମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଏଥିରେ କୌଣସି ଅବହେଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଦେଶରେ ଥିବା ସମସ୍ତ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଲୋକେ କିଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସହଜରେ କିଭଳି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବ ତାହା ମଧ୍ୟ ଆଲୋଚନା କରିଛନ୍ତି।