ଶିମିଳିପାଳ ଜାତୀୟ ଉଦ୍ୟାନରେ ଏ ଆଇ ସୁରକ୍ଷା ପ୍ରଣାଳୀ ଫଳପ୍ରଦ: ବନ୍ଧା ହେଲେ ତିନି ଅଭିଯୁକ୍ତ

add-all

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତକାଲି ରାତିରେ ଶିକାର କରିବା ସମୟରେ ଏ ଆଇ କ୍ୟାମେରା ଦ୍ୱାରା ଚିହ୍ନଟ ହୋଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେମାନଙ୍କର ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇଦିଆଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗାଁର ଲାଛୁ ମୁର୍ମୁ, ମଧୁସୂଦନ ମୁର୍ମୁ ଓ ଘସିରାମ ଟୁଡୁ। ଏମାନେ ଅଭ୍ୟାସଗତ ଅପରାଧୀ ଏବଂ ଆଧୁନିକ ଅସ୍ତ୍ର ବ୍ୟବହାର କରୁଥିବା ଜଣାଯାଇଛି।ଗିରଫ ଅଭିଯୁକ୍ତମାନଙ୍କ ଠାରୁ ତିନିଟି ସିଙ୍ଗଲ୍ ବ୍ୟାରେଲ୍ ବନ୍ଧୁକ, ୧୭ଟି ଗୁଳି (୫ଟି ଜୀବନ୍ତ) ଜବତ କରାଯାଇଛି। ଶିମିଳିପାଳରେ ଏ ଆଇ ସୁରକ୍ଷା ପ୍ରଣାଳୀ ଫଳପ୍ରଦ ହୋଇଥିବା ପ୍ରମାଣିତ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.