ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ପୁଲିସ ଦ୍ବାରା ଜବତ

add-all

ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱାକୁ ଜବତ କରିଛି ପୁଲିସ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍‌ ଜବତ କରିଛି। ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା ଆସୁଥିଲେ ଏବଂ ଠେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ବେଆଇନ ଭାବରେ ପାଉଁଶ ନିଷ୍କାସନ କରୁଥିବା ସମୟରେ ପୁଲିସ ଅଟକାଇବା ସହ ୨୩ଟି ହାଇୱାକୁ ଜବତ କରିଥିଲା।
କୋଇଲା ପାୱାର ପ୍ଳାଣ୍ଟରୁ ଏଭଳି ଫ୍ଳାଏ ଆସ ନିର୍ଗତ ହୋଇଥାଏ । ଝାରସୁଗୁଡାରୁ ଗାଡ଼ିରେ ଫ୍ଲାଏ ଆସ୍ ଆଣି ଏଠାରେ ବେଆଇନ ଭାବରେ ଡମ୍ପିଂ କରାଯାଉଥିବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ଗାଡ଼ିଗୁଡିକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.