ଲଭ୍,ସେକ୍ସ ଧୋକା : ରିସେପ୍ସନ ଷ୍ଟେଜରୁ ବରଙ୍କୁ ଗିରଫ କରି କୋର୍ଟ ଚାଲାଣ

add-all

ଭୁବନେଶ୍ବର: ଲଭ୍,ସେକ୍ସ ଧୋକା ଅଭିଯୋଗରେ ଧଉଳି ପୁଲିସ ବିବାହ ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଛି। ବିବାହ ରିସେପ୍ସନରେ ଜଣେ ଯୁବତୀ ନାଟକୀୟ ଭାବରେ ପହଞ୍ଚି ଦାବି କରିଥିଲେ ଯେ, ବର ତାଙ୍କର ପୂର୍ବତନ ପ୍ରେମିକ। ସେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିଥିବା ସେ ଅଭିଯୋଗ କରିଥିଲେ।
ପୁରୀ ପେଣ୍ଠକଟା ଅଞ୍ଚଳରୁ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି। ଧଉଳି ଥାନା ପୁଲିସ ଲଭ୍, ସେକ୍ସ ଧୋକା କେସ୍‌ରେ ଗିରଫ କରିଛି। ଅଭିଯୁକ୍ତଙ୍କର ନାମ ବିଶ୍ୱଜିତ ସାହୁ। ତାଙ୍କ ଘର ପୁରୀରେ।
ସେ ବର୍ଷେ ହେଲା ଅଭିଯୋଗକାରିଣୀଙ୍କ ସହିତ ଲିଭଇନ୍‌ରେ ରହୁଥିଲେ। ଡାକ୍ତରୀ ମାଇନା ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.