ବସ ଚଳାଚଳର ଶୁଭାରମ୍ଭ କରି ପ୍ରସଂଶିତ ହେଲେ ଲବ ଦତ୍ତ

add-all

ଉମରକୋଟ : ଉମରକୋଟ ବ୍ଲକର ଇନ୍ଦ୍ରପୁର ଡିଏନକେ ଗ୍ରାମର ସମାଜ ସେବକ ଲବ ଦତ୍ତଙ୍କୁ ତାଙ୍କର ସମାଜ ପ୍ରତି ନିଷ୍ଠାପର ସେବା କୁ ବିଚାର କରି ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ପ୍ରତିନିଧି ଭାବରେ ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭଲ ମନ୍ଦ ଦେଖରେଖର ଦାୟିତ୍ୱ ଦେଇଥିଲେ। ଏହି ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟିର ଉନ୍ନତି ଓ ଉତ୍ତମ ରୋଗୀ ସେବା ଉପରେ ତୀକ୍ଷ୍ମ ଏକ ନିଷ୍ଠାପର ଦାୟିତ୍ୱ ତୁଲାଇବା ସଙ୍ଗେ ଲବ ଦତ୍ତ ଏହି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାତାୟାତର କୌଣସି ଭଲ ଗମନାଗମନର ସୁଵିଦା ନ ଥିବାରୁ ବାରମ୍ବାର ଓଡ଼ିଶା ରାଜ୍ୟର ବ୍ଲକରେ ଚାଲୁଥିବା ଓଏସଆରଟିସି ( OSRTC) ବସ ସେବା ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯୋଗାଇ ଦେବା ଲାଗି ସଂଗ୍ରାମ କରି ଆସୁଥିଲେ। ଅନ୍ତିମରେ ରାଜ୍ୟ ସରକାର ଲବ ଦତ୍ତଙ୍କ ଚେଷ୍ଟା ଓ ରୋଗୀ ମାନଙ୍କର ଯାତାୟାତ ପ୍ରତି ଦୃଷ୍ଟି ଦେଇ ବା ଯେ ପରି ସମସ୍ତେ ସୁଲଭ ମୂଲ୍ୟରେ ପୂଜାରୀଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାତାୟାତ କରି ପାରିବେ ତାର ପାଇଁ OSRTC ଉମରକୋଟ ରୁ ଭାମିନି ଇନ୍ଦ୍ରପୁର ବସ ସେବାର ଶୁଭାରମ୍ଭ ହେଇଛି।

ଏହି ବସଟି ଉମରକୋଟ ରୁ ସକାଳ, ଦ୍ବିପ୍ରହର ଓ ସନ୍ଧ୍ୟା ପାଞ୍ଚଟା ଯାଏଁ ଗମନାଗମନ କରିବ କହି ଲବ ଦତ୍ତ ପ୍ରକାଶ କରିଛନ୍ତି। ଏହି ବସ ଚଲାଚଲର ଶୁଭାରମ୍ଭରେ ମଣ୍ଡଳ ସଭାପତି ଉତ୍ତମ ଭାଇ, ମେଡିକାଲ ଇନଚାର୍ଜ ପତିତପାବନ ସ୍ୟାର ସହ ପ୍ରମୁଖ ଅଙ୍ଗନବାଡି କାର୍ଯ୍ୟକାରିଣୀ ଏବଂ ଟାଣୁଆ ଟାଣୁଆ ବିଜେପି ପ୍ରମୁଖ କର୍ମୀମାନେ ଉପସ୍ଥିତ ରହି ବସଟିର ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରି ଝଣ୍ଡା ଦେଖେଇଥିଲେ। ଲବ ଦତ୍ତଙ୍କ ଏହି ପରି ସମାଜ ପ୍ରତି ନିଷ୍କାମ ନିଷ୍ଠାପର ମନଭାବକୁ ଉମରକୋଟ ଅଞ୍ଚଳବାସୀ ସହ ଆଖ ପାଖର ସମସ୍ତ ଗ୍ରାମବାସୀ ଭୁରି ଭୁରି ପ୍ରସଂସା କରିଛନ୍ତି |

ad-week
Leave A Reply

Your email address will not be published.