ତିନି ବିଚାରପତିଙ୍କୁ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

add-all

ବ୍ରହ୍ମପୁର : ଗଞ୍ଜାମ ଓକିଲ ସଙ୍ଘର ଅସ୍ଥାୟୀ ସମ୍ମିଳନୀ କକ୍ଷରେ ତିନି ବିଚାରପତି ଙ୍କୁ ରାମଚରିତ ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବର୍ତମାନର ମୋଟର ଦୁର୍ଘଟଣା କ୍ଷତି ପୂରଣ ଅଦାଲତ ର ବିଚାରପତି ରାମ ଶଙ୍କର ହୋତା ଙ୍କୁ କନ୍ଧମାଳ ଜିଲ୍ଲା ଦୌରା ବିଚାରପତି ରୂପେ ବଦଳି, ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଅରୁଣ କୁମାର ସାହୁ ଙ୍କୁ ଅତିରିକ୍ତ ଆଇନ ସଚିବ, ଭୁବନେଶ୍ୱର ଏବଂ ୧ମ ଅତିରିକ୍ତ ଜିଲ୍ଲା ଦୌରା ବିଚାରପତି ଇନ୍ଦୁ ଶର୍ମା ଙ୍କୁ ନୟାଗଡ଼ ଜିଲ୍ଲା ପରିବାର ବିଚାରପତି ରୂପେ ବଦଳି ହୋଇଥିବା ବେଳେ ଆଜି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।l
… ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ଓ ଦୌରା ଜର୍ଜଡ଼ଃ. ଭାଗ୍ୟଲକ୍ଷ୍ମୀ ରଥ ଯୋଗଦେଇଥିଲେ।ଏହି ଅବସରରେ ସମ୍ପାଦକଟି. ଭେଙ୍କେଟ ରାଓ… ଉପସଭାପତି ତୀର୍ମୁଲା ରେଡ୍ଡୀ… ସହ ସମ୍ପାଦକ ଅସିତ ସାବତ ମଞ୍ଚାସିନ ଥିବା ବେଳେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.