ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମ ଭେଇକିଲ

add-all

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆର୍ମ ଭେଇକିଲ ସୁରକ୍ଷା ମନ୍ଦିର ସମ୍ମୁଖରେ ମୁତୟନ ହୋଇଛି। ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ଓ୍ବାଇ ବି ଖୁରାନିଆ। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ କିଭଳି ପ୍ରତିହିତ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହା ସହ ଡି ଜି ରଥଯାତ୍ରା ସମୟରେ ହେବାକୁ ଥିବା ବିଶେଷ ରୀତିନୀତି ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଆଜି ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସେପଟେ ଭାରତ-ପାକ୍ ଯୁଦ୍ଧ ପରିସ୍ଥିତିକୁ ନେଇ ପୁରୀ କୋଷ୍ଟାଲ ଜୋନରେ କୋଷ୍ଟ ଗାର୍ଡକୁ ସଜାଗ କରାଯାଇଛି। ରଥଯାତ୍ରା ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜିଠାରୁ ପୁରୀରେ ଆର୍ମ ଭେଇକିଲ ସୁରକ୍ଷା ଗାଡ଼ି ମୁତୟନ ହୋଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ଏହି ଆର୍ମ ଭେଇକିଲ। ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ସମୀକ୍ଷା କରାଯାଇଛି।

ବୈଠକରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେଇଥିବା ଜଣାପଡିଛି।  ଆଡିସିନାଲ ଡି ଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଅମିତାଭ ଠାକୁର, ଦୟାଲ ଗଙ୍ଗଓ୍ଵର, ପ୍ରବୀଣ କୁମାର, ଅନୁପସାହୁ, ପିନାକୀ ମିଶ୍ର, ଏସ ପି ଭିନିତ ଅଗ୍ରୱାଲ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.