
ରାୟଗଡ଼ା : ତା : ୧୩/୦୫/୨୫ ରାୟଗଡ଼ା ସହର ଉପକଣ୍ଠ ସିରିଗୁଡ଼ା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗୁରୁ ଦ୍ରୋଣାଚାର୍ଯ୍ୟ ଇଣ୍ଡୋର ହଲରେ ରାଜ୍ୟ ସ୍ତରୀୟ ଆଦିବାସୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ଅଧିବେଶନରେ ୮ ଟି ଜିଲ୍ଲାର ବୁଦ୍ଧିଜିବୀ, ଶିକ୍ଷାବିତ୍, ସମାଜସେବୀ, ସରକାରୀ ଓ ବେସରକାରୀ କର୍ମଚାରୀ, କୃଷକ, ଯୁବଗୋଷ୍ଠୀ ଓ ଆଦିବାସୀ ସଂଗ୍ରାମୀ ଯୋଗ ଦେଇଥିଲେ । ଓଡ଼ିଶା ଆଦିବାସୀ ମହାସଂଘ (ଆମୋ) ଦ୍ୱାରା ଅନୁବନ୍ଧିତ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ (ସୋଆମ୍) ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ଅଧିବେଶନରେ ନୂତନ କମିଟି ଗଠନ କରାଗଲା ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶପଥ ପାଠ କରିବା ପାଇଁ ନିଷ୍ପତି ନିଆଗଲା । ରାଜ୍ୟ ସ୍ତରୀୟ ଚୟନ ମଣ୍ଡଳୀ ଦ୍ବାରା ନୂତନ କମିଟିକୁ ଚୟନ, ନିଯୁକ୍ତି ଓ ସମ୍ବର୍ଦ୍ଧିତ କରିବା ପରେ ଆଦିବାସୀଙ୍କ ମୌଳିକ ଅଧିକାର, ସମସ୍ୟା ଓ ଏହାର ସମଧାନ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ୮ଟି ଜିଲ୍ଲାକୁ ଗସ୍ତ କରି ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘକୁ ସୁଦୃଢ଼ କରିବା ପାଇଁ ସଦସ୍ୟତା ପଞ୍ଜିକରଣ ଅଭିଯାନ ଆରମ୍ଭ କରାଯିବ । ଆଦିବାସୀ ମହାସଂଘ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘଙ୍କୁ ଦୃଢ଼ କରିବା ପାଇଁ ସମସ୍ତଙ୍କ ଦ୍ଵାରା ନିଷ୍ପତି ନିଆଯାଇଥିଲା । ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର କାର୍ଯ୍ୟକାରିଣୀ କମିଟିରେ ଅବସରପ୍ରାପ୍ତ ଇଣ୍ଡିଆନ୍ ରେଭେନ୍ୟୁ ସର୍ଭିସ୍ ଅଧିକାରୀ ଶ୍ରୀ ଗଙ୍ଗାଧର ମାଝୀଙ୍କୁ ସଭାପତି, ନରସିଂହ ମାଝୀଙ୍କୁ ଉପ ସଭାପତି, ତ୍ରିନାଥ ଭୁମିଆଙ୍କୁ ଉପ ସଭାପତି, ହେମଦର ମାଝୀଙ୍କୁ ଉପ ସଭାପତି, ବନମାଳୀ ମାଝୀଙ୍କୁ ଉପ ସଭାପତି, ରାଜ କିଶୋର ଭୂୟାଁଙ୍କୁ ଉପ ସଭାପତି, ଦିନବନ୍ଧୁ କହଁରଙ୍କୁ ଉପ ସଭାପତି ଭାବେ ଚୟନ ଓ ନିଯୁକ୍ତି କରାଯାଇଥିଲା ବେଳେ ଟିବୁ ସାରାକାଙ୍କୁ ସାଧାରଣ ସମ୍ପାଦକ, ନୀଳକଣ୍ଠ ଦୋରା, ନରସିଂହ ଜାନି, ବାଳକୃଷ୍ଣ ମାଝୀ, ପୁରୁଷୋତ୍ତମ ମାଝୀ, ରାମଚନ୍ଦ୍ର ନାୟକ ଓ ବିଶ୍ବମ୍ବର ପ୍ରଧାନଙ୍କୁ ଯୁଗ୍ମ ସଂପାଦକ ଭାବେ ଚୟନ ଓ ନିଯୁକ୍ତି କରାଯାଇଥିଲା । ଏତଦ୍ ବ୍ୟତୀତ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଲକ୍ଷ୍ମୀ ପ୍ରାସ୍କା, ଯୁବ ମୋର୍ଚ୍ଚା ରାମମୂର୍ତ୍ତି କିର୍ଷାନି, ସୂଚନା ପ୍ରଯୁକ୍ତି ଓ ଗଣମାଧ୍ୟମର ମୁଖ୍ୟ ଭାବେ ଶ୍ରୀ ବିଜୟ କୁମାର ମେଲାକାଙ୍କୁ ଚୟନ ଓ ନିଯୁକ୍ତି କରାଯାଇଥିଲା । କମିଟି ଗଠନ କରିବା ପାଇଁ ୮ଟି ଜିଲ୍ଲାର ଉପଦେଷ୍ଟା ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା, ଏଥିରେ ରାମଚନ୍ଦ୍ର ନିଶିକା, ଅର୍ଜୁନ ଭତ୍ରା, ଆନନ୍ଦ ମାଢ଼ୀ, ଖଗେଶ୍ବର ପୂଜାରୀ, କୁରେଶ୍ୱର୍ ମାଝୀ, ଅଶୋକ କୁମାର ଭୂୟାଁ ଓ ଲଛମନ ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବେଣୁଧର ଚୌଧୁରୀ, ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓଡ଼ିଶା ଆଦିବାସୀ ମହାସଂଘର କୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ଗୁରୁ, କାଶୀପୁର ବ୍ଲକ୍ ଆଦିବାସୀ ସମାଜର ସଭାପତି ଶିବ ମାଝୀ, ଆଦିବାସୀ ମହାସଂଘ ଓଡ଼ିଶାର ସଦସ୍ୟ ଶ୍ରୀ ଭଗବାନ୍ ମାଝୀ, ଓଡ଼ିଶା ଆଦିବାସୀ ମହାସଂଘର ରାୟଗଡ଼ ଶାଖା ସଭାପତି ଶ୍ରୀ ବସନ୍ତ କୁମାର ପେଦେଣ୍ଟି, ରାୟଗଡ଼ ଆଦିବାସୀ ମହାସଂଘ (ରାଆମ)ର ସମ୍ପାଦକ ଶ୍ରୀ କାମେଶ୍ଵର ବିଡ଼ିକା ସହଯୋଗ କରିଥିବା ବେଳେ ଅଧିବେଶନର ମଞ୍ଚ ପରିଚାଳନା ଆଦିବାସୀ ମହାସଂଘ ଓଡ଼ିଶାର ରାଜ୍ୟ ସଂଯୋଜକ ତଥା ଆଇନଜିବୀ ଶ୍ରୀ ରବୀନ୍ଦ୍ରନାଥ ମାଢ ପ୍ରଥମ ଓ ଦ୍ବିତୀୟ ଦିନର ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ, ରାୟଗଡ଼ ଆଦିବାସୀ ମହାସଂଘ (ରାଆମ)ର ସମ୍ପାଦକ ଶ୍ରୀ କାମେଶ୍ଵର ବିଡ଼ିକା, ମହେଶ୍ୱର ବିଡ଼ିକା, ଓ କାଶୀପୁର ବ୍ଲକର ଆଦିବାସୀ g କୋଷାଧ୍ୟକ୍ଷ ତ୍ରିନାଥ ମାଝୀ, ସମ୍ପାଦକ ଗୋବିନ୍ଦ ମାଝୀ, ମାନବ ଅଧିକାର କର୍ମୀ ସଦନ ମାଝୀ ଅଧିବେଶନର ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ ।