
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ସାଂସଦଙ୍କ ଗୋଟି ଚାଳନାରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାରେ ପଦ୍ମଫୁଲ ଖାତା ଖୋଲିଲା। ଗତ ସାଧାରଣ ନିର୍ବାଚନ ରେ ଭୋଟର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ବିଜେଡ଼ିର ଆତ୍ମ ବିଶ୍ୱାସ ଯୋଗୁଁ ସ୍ବପ୍ନ ଦେଖି ନଥିବା କିଛି ବିଧାୟକ ବିଜୟ ହେଲେ। ପୁଣି କ୍ଷମତାକୁ ଫେରୁ ଫେରୁ କେବଳ ଅର୍ଥ ପଛରେ ଗୋଡ଼ାଇ ବଦନାମ ବି ହେଲେ।ତଳ ଦିନେ ଗୋଟିଏ ମଦ ବ୍ୟବସାୟୀ ଙ୍କୁ ବଟି ମାଗିବା ଘଟଣା ବାଟ ରୁ ଯାଇ ହାଟରେ ଗଡୁଛି l ପୁଣି ଏକ ଫାର୍ମ ହାଉସ ରେ ଅଫିସର ମାନଙ୍କୁ ନେଇ ମିଟିଙ୍ଗ କରିବା ଘଟଣା ବି ଚର୍ଚ୍ଚା ହେଉଛି lବିଧାୟକଙ୍କ ହମବାଡା ନିତୀ ଯୋଗୁଁ ଗଞ୍ଜାମ ଜିଲ୍ଲା ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ତାଙ୍କ ଉପରେ ବିବାଦ ପରେ ବିବାଦ ଲାଗିରହିଛି। କୁଆଡ଼େ ଏବେ ଜଣେ ମଦ ବେପାରୀ ସାଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପାଖକୁ ଯାଇ ଆଗାମୀ ମନ୍ତ୍ରୀ ମଣ୍ଡଳ ସାମ୍ପ୍ରସାରଣ ବେଳେ ମନ୍ତ୍ରୀ ପଦ ପାଇବାକୁ ଗୁହାରି କରି ଫେରିଥିବା ଚର୍ଚ୍ଚା ହେଉଛି। ଗତ ନିର୍ବାଚନ ବେଳେ ହାରୁ ହାରୁ ଜିତିଗଲେ ଭାଇନା ଏବେ ଯୁଆଡ଼େ ଗଲେ ବିବାଦ ତାଙ୍କ ପିଛା ଛାଡ଼ୁନାହିଁ। ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପାଖକୁ ଯାଇ ଫେରିବା ପରେ ଭାଇନା ଏବେ ମନେ ମନେ ଲଡ଼ୁ ଖାଉଥିବା ତାଙ୍କ ସମର୍ଥକଙ୍କ ମହଲରେ ଆଲୋଚନା ହେଲାଣି। ଭାଗ୍ୟଦେବୀ ସାତ ଦେବା ପରେ ଟିକେଟ ଖଣ୍ଡେ ପାଇ ବିଜୟ ହେବାରେ ମଧ୍ୟ ଭାଇନା ଏବେ ଖୁସି ନୁହନ୍ତି। ଜୀବନରେ ଶେଷଥର ପାଇଁ କୁଆଡ଼େ ମନ୍ତ୍ରୀ ପଦରେ ତାଙ୍କ ନାଁ ଚର୍ଚ୍ଚା ହେଲେ ଭାଇନାଙ୍କ ଆଉ ଟିକେ ଭାଉ ବଢ଼ିବ ବୋଲି ଆଶା ରଖିଛନ୍ତି ବୋଲି ଚର୍ଚ୍ଚା l ତେଣୁ କିଛି ମଦ, ବାଲି ଓ ଖଣି ମାଫିଆ ମାନେ ଏକଜୁଟ ହୋଇ ଅଧିକା ଲେଖା ଛିଡ଼େଇ ଲେ ବାକୁ ମୌକା ମିଳିବ ଵୋଲି ଆଶା ବାନ୍ଧିଛନ୍ତି ଭାଇନା। ତେଣୁ ମଦ ବ୍ୟବସାୟୀ, ବାଲି ମାଫିଆ, ଖଣି ମାଫିଆ ମାନଙ୍କ ଠାରୁ ଚାନ୍ଦା ଆଦାୟ କରିବାରେ ଏବେ ପୁରା ମସଗୁଲ l ଯାହାକି ଏବେ ଜିଲ୍ଲାରୁ ଯାଇ ରାଜଧାନୀ ରେ ଚର୍ଚ୍ଚା ହେଲାଣି l ଦେଖାଯାଉ ଆଗାମୀ ମନ୍ତ୍ରୀ ମଣ୍ଡଳ ଜଦି ସମ୍ପ୍ରସାରଣ ହୁଏ କାହାର ପଦ ଯାଉଛି,କାହାକୁ ମନ୍ତ୍ରୀ ପଦ ମିଳୁଛି ତାହା , ଦେଖିବାକୁ ବାକି ରହିଲା।