ବଡ଼ ଅପରାଧ ଯୋଜନା କୁ ପଣ୍ଡ କଲା ଗଞ୍ଜାମ ପୋଲିସ : ବନ୍ଧା ହେଲେ ୨୦ ଅପରାଧି,୮ ଟି ମାଉଜର ଓ ୩୧ ଟି ଜୀବନ୍ତ ଗୁଳି ଜବତ….!


କେରାଣ୍ଡି ପଡୁଛି ଭାକୁର କେବେ…??

ମାଉଜର ଟାର୍ଗେଟ ରେ କିଏ କିଏ ….?


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସକୁ ପୁଣି ଏକ ଦ୍ୱିତୀୟ ସଫଳତା ମିଳିଛି। ଚଳିତ ମାସ ୪ ତାରିଖ ରେ ୧୮ ଅପରାଧିକୁ ଧରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ। ସେମାନଙ୍କ ଠାରୁ କଟକ ବନ୍ଧୁକ କାରଖାନା ର ମାଳ ମାଳ ମାଉଜର ଗୁଳି ବି ଜବତ ହୋଇଥିଲା। ଆଜି ପୁଣି ଗଞ୍ଜାମ ଜିଲ୍ଲା ପୋଲିସର ବିଭିନ୍ନ ଥାନା ଇଲାକାରୁ ପୋଲିସ ୨୦ ଜଣ ଦୁର୍ଦ୍ଧାନ୍ତ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮ ଟି ମାଉଜର, ଜୀବନ୍ତ ୩୧ ଗୁଳି ଓ ୧୨ ଟି ମାଗାଜିନ ଜବତ କରିଛନ୍ତି। ଆଜି ଗଞ୍ଜାମ ପୋଲିସ ମୁଖ୍ୟାଳୟ ଠାରେ ଏକ ସାମ୍ବାଦିକ ସଂମ୍ମିଳନୀ ରେ ଦକ୍ଷିଣାଞ୍ଚଳ ଡି. ଆଇ.ଜି ନିତୀ ଶେଖର ଏହି ସୂଚନା ଦେଇଥିଲେ। ଏହି ସଂମ୍ମିଳନୀ ରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ଆସିକା, କୋଟିନଡ଼ା, ହିଞ୍ଜିଳି ଓ ପୋଲସରା ଥାନା ଅଧିକାରୀ ଉପସ୍ଥିତ ଥିଲେ। ଆସିକା ଉପଖଣ୍ଡ ପୋଲିସ ଇଲାକାରେ ଏତେ ସଂଖ୍ୟକ ମାଳ ମାଳ ମାଉଜର ଜବତ ହେବା ସାଧାରଣ ଜନତାଙ୍କୁ ଆଶର୍ଯ୍ୟ କରିଛି।ପୋଲିସ ଆକ୍ଟିଭ ମୁଡ଼ ରେ ଆସିଥିବା ଯୋଗୁଁ ଅପରାଧତତ୍ତ୍ୱ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାର ମଦ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ସମ୍ପର୍କ ରେ ଖବର ପ୍ରକାଶ ହୋଇଛି। ଏପରିକି ବାଲି ଏବଂ ମଦ ମାଫିଆ ଙ୍କ ମୁଣ୍ଡ ଗଡ଼ିବା ସମ୍ଭାବନା ରହିଛି ବୋଲି ନିଃସର୍ତ୍ତ ପୂର୍ବରୁ ଖବର ପ୍ରକାଶ କରିଛି l ଏତେ ସଂଖ୍ୟକ ମାଉଜର ର ଟାର୍ଗେଟ ରେ କିଏ କିଏ ଥିଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ମଦ, ବାଲି ଓ ଖଣି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି l ଏଠାରେ ସୂଚନା ଥାଉକି ଆସିକା ଅଞ୍ଚଳ ରୁ ଏତେ ମାତ୍ର ରେ ମାଉଜର ଆସିଲା କିପରି ଏହା ଅନୁସନ୍ଧାନ ସାଫେକ୍ଷ l ଏବଂ ଏହି ଅପରାଧୀ ମାନଙ୍କ ପଛରେ କେଉଁ ନେତା କିମ୍ବା ମାଫିଆ ଙ୍କ ଆଶ୍ରିବାଦ ରହିଛି ତାହାବି ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ କାରଣ ଏତେ ସଂଖ୍ୟକ ମାଉଜର ଜିଲ୍ଲା ଭିତରକୁ ଆସିଲା କିପରି? ପୋଲିସ ର ଢିଲା ପେଟ୍ରୋଲଙ୍ଗ ଏବଂ ପାରିବା ପଣ ପ୍ରତି ବି ଆଙ୍ଗୁଠି ଉଠାଇଲେଣି ବୁଦ୍ଧିଜୀବୀ ଓ ସାଧାରଣ ଜନତା l ଏମାନଙ୍କ ପଛରେ ଥିବା ମୁଖ୍ୟ ନାୟକ କେବେ ପୋଲିସ ପଞ୍ଝା ଭିତରକୁ ଆସୁଛି ତାହା ସମୟ କହିବ… I