ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଦ୍ୱାରା ୩ଟି ଟ୍ରାକ୍ଟର ଜବତ ୩ ଗିରଫ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ଠାରେ ଥିବା ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଛି। ଆସିକା ଥାନା ଅଧିକାରୀ କୁଳମଣୀ ସେଠି ପେଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ଟ୍ରାକ୍ଟର ରେ ବାଲି ଚାଲାଣ ହେଉଥିବା ବେଳେ ଧରିଥିଲେ। ବିନା ୱାଇ-ଫର୍ମ ରେ ଚୋରା ବାଲି ଚାଲାଣ ହେଉଥିବା ଯୋଗୁଁ ତିନୋଟି ଟ୍ରାକ୍ଟର ଜବତ କରିବା ସହ ୩ ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆସିକା ଥାନାରେ ଟ୍ରାକ୍ଟର ମାଲିକଙ୍କ ନାମରେ କେଶ ନମ୍ବର ୩୨୭/୨୫ ମାମଲା ରୁଜୁ କରାଯାଇଛି। ପ୍ରତିଦିନ ଭୋରରେ ସୁନାମ୍ବ ସାହି ନିକଟରେ ଥିବା ଋଷିକୂଲ୍ୟା ନଦୀ ବନ୍ଧକୁ ଭାଙ୍ଗି ରୀତିମତ ଚୋରା ବାଲି ଚାଲାଣ ହେଉଛି। ଆସିକାରେ ରାଜସ୍ୱ ଓ ଖଣି ବିଭାଗ ର କାର୍ଯ୍ୟ ପୋଲିସ କରୁଛି। ଏହି ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ ଡ୍ରାଇଭର ଗିରଫ ପରେ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.