କାଳ ବୈଶାଖୀର କରାଳ ରୂପ : ଘରର ଛପର ଉଡିଲା, ଖୋଲା ଆକାଶ ତଳେ ପରିବାର

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର କରାଳ ରୂପ ଦେଖାଇବାରୁ ଏକାଧିକ ଘର ଛପର ଉଡ଼ିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡ଼ି ଗ୍ରାମର ଶିକଲା ପ୍ରଧାନଙ୍କ ଘର ଛପର ଉଡ଼ିଯିବା ପରେ ସେ ଓ ତାଙ୍କ ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ପରିବାରରେ ଶିକଲାଙ୍କ ୨ ଶିଶୁ ରହିଥିବା ବେଳେ ତାଙ୍କ ବାପା ଓ ଭାଇ ସମସ୍ତେ ଏକାଠି ରହୁଥିଲେ। ତାଙ୍କୁ କୌଣସି ପକ୍କା ଘର ମିଳି ନ ଥିବାରୁ ସେମାନେ ଝାଟିମାଟିରେ ଘର କରି ସେଥିରେ ଟିଣ ଛପର କରିଥିଲେ। ଏବେ ଟିଣ ଉଡ଼ିଯିବା ସହ ଘର ଭାଙ୍ଗିଯିବାରୁ ମଙ୍ଗଳବାର ରାତିରେ ଖୋଲା ଆକାଶ ତଳେ ପରିବାର ଶୋଇଥିଲେ ଏଣୁ ତାଙ୍କୁ ସରକାରୀ ସହାୟତା ନିହାତି ଜରୁରୀ ବୋଲି ଗ୍ରାମର ପ୍ରମୋଦ ଦିଗାଲ କହିଛନ୍ତି।

ad-week
Leave A Reply

Your email address will not be published.