ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା; ଅଧିକ ଉପକୃତ ହେବେ ଚାଷୀ !

add-all

ଭୁବନେଶ୍ୱର: ରାଜ୍ୟ ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ମନେ କରିଛନ୍ତି। ଏଭଳି ବିପର୍ଯ୍ୟୟ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅନୁମୋଦନ କରିଛନ୍ତି।
ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ବନ୍ୟା ଓ ବାତ୍ୟା ଏକ ସାଧାରଣ ଘଟଣା ଘଟୁଛି। ବାତ୍ୟା ପରବର୍ତ୍ତୀ ସମୟରେ ବର୍ଷା ହୋଇଥାଏ। ଏଥିରେ ରାଜ୍ୟବାସୀଙ୍କର ବହୁ କ୍ଷୟକ୍ଷତି ଘଟିଥାଏ। ବିଶେଷ ଭାବରେ ଚାଷୀମାନେ ଅଧିକ କ୍ଷତି ସହ୍ୟ କରିଥାନ୍ତି। ବର୍ଷର ଅନ୍ୟ ସମୟରେ ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥାଏ। ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା ହେଲା ପରେ ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ସରକାରଙ୍କ ଏହି ଘୋଷଣାକୁ ବିିଭିନ୍ନ ମହଲରେ ସ୍ବାଗତ କରାଯାଉଛି।
ରାଜ୍ୟ ସରକାର ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ମୁକାବିଲା ପାଣ୍ଠିରୁ ୧୦% ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ କୃଷକମାନେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପାଇପାରିବେ। ଅଦିନିଆ ବର୍ଷାରେ କୃଷକଙ୍କ ହେଉଥିବା କ୍ଷତି ବାବଦକୁ ରାଜ୍ୟ ମୁକାବିଲା ପାଣ୍ଠିରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବ।

ad-week
Leave A Reply

Your email address will not be published.