ଟିପିଏସ୍ଓଡିଏଲ ଓ ଏମକେସିଜି ମେଡିକାଲ କଲେଜ ପକ୍ଷରୁ ରକ୍ତଦାନ ଶିବିର

add-all

*୧୧୮ ୟୁନିଟ ରକ୍ତ ସଂଗୃହୀତ

ବ୍ରହ୍ମପୁର : ବିଶ୍ଵ ରେଡ କ୍ରସ୍ ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏମକେସିଜି ହସ୍ପିଟାଲ ଏବଂ ସୋଚ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଏହା ଆୟୋଜନ କରାଯାଇଥିଲା।

ବରିଷ୍ଠ ଡ଼ାକ୍ତର, ଟିପିଏସ୍ଓଡିଏଲ୍ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଡ. ସୁଚିତ୍ରା ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିବିରରେ ଅନେକ ଲୋକ ଗୋଷ୍ଠୀଗତ ଭାବନା ନେଇ ସ୍ଵେଛାରେ ରକ୍ତଦାନ କରିଥିଲେ।

ଏହି ଶିବିରରେ ମୋଟ ୧୧୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ଯାହା ଡାକ୍ତରଖାନାର ଜରୁରୀକାଳୀନ ସେବାରେ ଏବଂ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ବ୍ୟବହାର ହୋଇପାରିବ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଟିପିଏସ୍ଓଡିଏଲ୍ କର୍ମଚାରୀ, ଡାକ୍ତରୀ ଛାତ୍ର, ଡାକ୍ତର ଏବଂ ସ୍ବେଛାସେବୀ ନିଃସ୍ଵାର୍ଥପର ଭାବେ ସାମାଜିକ ଦାୟିତ୍ୱବୋଧ ଭାବନା ନେଇ ସାମିଲ ହୋଇଥିଲେ।

ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର କହିଛନ୍ତି, “ରକ୍ତଦାନ  ହେଉଛି ମାନବ ସେବାର ଏକ ଶ୍ରେଷ୍ଠ ନିଦର୍ଶନ। ଆବଶ୍ୟକ ସମୟରେ ପରସ୍ପରକୁ ସହଯୋଗ କରିବା ଆମର ଦାୟିତ୍ବ। ଟିପିଏସ୍ଓଡିଏଲରେ ଆମେ ଲୋକଙ୍କ ଜୀବନ ବଞ୍ଚାଇବା, ସମାଜରେ ସ୍ନେହ ଓ ବନ୍ଧୁତା ମନୋଭାବ ରଖି କାମ କରିବା ଉପରେ ଗୁରୁତ୍ବ ଦେଉ।”

ଡକ୍ଟର ସୁଚିତ୍ରା ଦାସ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଯୁବପିଢ଼ି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏପରି କାର୍ଯ୍ୟକ୍ରମ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଏହାର କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ସହାନୁଭୂତି, ସ୍ୱେଚ୍ଛାସେବା ଏବଂ ସାମାଜିକ ସଂହତିର ସଂସ୍କୃତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ad-week
Leave A Reply

Your email address will not be published.