ଚାକିରି କରାଇଦେବାକୁ କହି ଚୂନା, ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

youtube

ଭୁବନେଶ୍ୱର : ଚାକିରି କରାଇଦେବାକୁ କହି ଚୂନା । ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ସଂଯୋଗ କନସଲଟାନସିର ମୁଖ୍ୟ ଶୋଭନ ରଞ୍ଜନ ବେହେରାଙ୍କୁ ଗିରଫ କଲା ପୋଲିସ। ଗତ ମାର୍ଚ୍ଚ ୨୩ ତାରିଖରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲା । ଏକ ବେସରକାରୀ ସଂସ୍ଥାରେ ଚାକିରି କରାଇଦେବାକୁ କହି ୬୦ ଲକ୍ଷ ଟଙ୍କା ନେଇଥିଲେ ଶୋଭନ । ପରେ ଆଉ ଧରାଚୁଆଁ ଦେଇଥିଲେ । ଶୋଭନ ନାଁରେ ଆହୁରି ୪ଟି ମାମଲା ରହିଛି । ଅଧିକ ଲୋକଙ୍କୁ ଠକିଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା।

Leave A Reply

Your email address will not be published.