ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

add-all

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା ।

ସେହିପରି ବ୍ୟାଙ୍କ ଜମା ୬୫ ଲକ୍ଷ, ନଗଦ ୧ ଲକ୍ଷ ୮୫ ଲକ୍ଷ ଠାବ ହୋଇଥିଲା। ଗୁରୁବାର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ଅସିତ କୁମାର ପାତ୍ରଙ୍କ ଦ୍ୱାରା ତାଙ୍କ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି(ଡିଏ) ଅର୍ଜନ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସୀ କରାଯାଇଥିଲା।

କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜଜଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଯାଜପୁର, କଟକ, ଭଦ୍ରକ ଏବଂ ଭୁବନେଶ୍ୱର (ଖୋର୍ଦ୍ଧା) ଜିଲ୍ଲାର ୭ଟି ସ୍ଥାନରେ ଚଢାଉ କରାଯାଇଥିଲା।

ad-week
Leave A Reply

Your email address will not be published.