୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି

add-all

ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ବାହାର ରତ୍ନଭଣ୍ଡାର ମରାମତି ହେବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଛି, କେବଳ ଚଟାଣ କାମ ବାକି ରହିଛି। ଗର୍ଭଗୃହ ଭିତରେ ଷ୍ଟେନଲେସ ଷ୍ଟିଲର ଜାଲି ଲାଗିବ।

ନାଟ ମଣ୍ଡପ ଓ ଜଗମୋହନ ମରାମତି କାମ ମଧ୍ୟ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ ସେଫ୍ଟିକୁ ଗୁରୁତ୍ୱ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ଏଏସଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି ଏବଂ ଏଏସଆଇ ମିଳିତ ଭାବେ ସବୁ ତଦାରଖ କରିବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.