ପୁରୁଖା ବିଜେପି ନେତାଙ୍କୁ ଅଣଦେଖା : ଦଳରେ ଦେଖା ଗଲାଣି ଅସନ୍ତୋଷ୍ଟ…!

କୁହୁଳୁଛି ପାଉଁଶ ତଳର ନିଆଁ….

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଗତ ସାଧାରଣ ନିର୍ବାଚନ ପରେ ଆସିକା ସାଂସଦ ଓ ବିଧାୟକଙ୍କ ପାଖରେ ଆସିକା ଅଞ୍ଚଳର ବିଜେପି ର ପୁରୁଖା ଓ ଆଗ ଧାଡ଼ିର ନେତା ମାନଙ୍କ ଆଉ ଦେଖା ମିଳୁନାହିଁ। ଆସିକା ରେ ବିଜେପି ଦଳକୁ ବଞ୍ଚେଇ ରଖିଥିବା ଓ ଦଳ ପାଇଁ ତୃଣ ମୂଳ ସଙ୍ଗଠନ କରିଥିବା ବହୁ ନେତା ମାନଙ୍କୁ ଅଣଦେଖା କରିବା ଯୋଗୁଁ ଆଜି ଆସିକା ରେ ଦଳରେ ମୁରବି ଶୂନ୍ୟ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ବେଳେ ସାଂସଦ ଓ ବିଧାୟକ ଙ୍କ ପାଇଁ ବିଜେପି ଦଳର ପୁରୁଖା ନେତା ମାନଙ୍କ ଗୋଟି ଚାଳନା ଓ ପକେଟ ଭୋଟ ରେ ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଥିଲେ। ପୁରୁଖା ନେତା ଏବେ ନବ ନିର୍ବାଚିତଙ୍କ ପାଇଁ ଏବେ ଅଲୋଡ଼ା ପାଲଟିଥିବା ଚର୍ଚ୍ଚା ହେଉଛି। ଆସିକା ସାଂସଦ ନିର୍ବାଚିତ ହେବା ପରେ ଆସିକା ଅଞ୍ଚଳରେ ଆଉ ମେଡ଼ାମ ଙ୍କ ଦେଖା ମିଳୁନାହିଁ।ସାଂସଦ ଓ ବିଧାୟକ ଙ୍କୁ ଦଳୀୟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳୁନାହିଁ। ପୁରୁଖା ନେତା ମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ରୁ ଦୁରେଇ ରଖାଯାଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ହମବଡା ନିତୀ ଯୋଗୁଁ ଦଳୀୟ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଏବେ ଠାରୁ ଆଲୋଚନା ହେଲାଣି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁରୁଖା ନେତା ଙ୍କୁ ଅଣଦେଖା କରିଥିବା ଯୋଗୁଁ ବିଜେପି ଦଳକୁ କ୍ଷତି ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ପ୍ରକାଶ କରିଛନ୍ତି। କେବଳ ଆସିକା ନୁହଁ ଗଞ୍ଜାମ ଜିଲ୍ଲାରେ ତଥା ଓଡିଶା ରାଜନୀତି ରେ ବି ଏକା ଅବସ୍ଥା ତଳ ଦିନେ ନିଜ ଦଳକୁ ଜୟନାରାୟଣ ମିଶ୍ର ବି କଟାକ୍ଷ କରିଛନ୍ତି ବର୍ତ୍ତମାନ ପୁରୁଖା ଓ ବୟଜ୍ୟେଷ୍ଟ ନେତା ବର୍ତ୍ତମାନ ଦଳ ପାଇଁ ଅଲୋଡ଼ା l ଦଳରେ ଥିବା ଅସନ୍ତୁଷ୍ଟ ପାଉଁଶ ତଳର ନିଆଁ ପରି କୁହୁଳୁଛି ଯାହାକି ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ ରେ ଏହାର ପ୍ରଭାବ ପଡିପାରେ ବୋଲି ରାଜନୀତିକ ପଣ୍ଡିତ ମାନେ କହିବା ଆରମ୍ଭ କଲେଣି l

ad-week
Leave A Reply

Your email address will not be published.