ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା, ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା

youtube

ଲଭରଙ୍କୁ ଲବ ହାଁସଦାଙ୍କ ଧୋକା ଅଭିଯୋଗ । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଲବଙ୍କ ପତ୍ତା ମିଳୁନି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଜୀବନ ହାରିଥିଲେ । ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।

ଲବଙ୍କ ପ୍ରେମିକା ସୋଲମି ହେଉଛନ୍ତି ଜଣେ ବାଇକ ରାଇଡର ।  ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ଚାକିରି କରୁଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ସମ୍ପର୍କ ଥିଲା । ଲବ ହାଁସଦାଙ୍କର କିଛି ମହିଳାଙ୍କ ସହ ସମ୍ପର୍କ ଥବା କଥା ଜାଣିବାକୁ ପାଇଥିଲେ ସୋଲମୀ ।  ଏନେଇ ସୋଲମୀ ଲବଙ୍କୁ ପଚାରିଥିଲେ । ଏଥିଯୋଗୁ ଲବ ତାଙ୍କୁ ନିର୍ଯାତନା ଦେଉଥିଲେ । ଅତିଷ୍ଠ ହୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ ।  ଜୀବନ ହାରିବାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।  ସେପଟେ ଏନେଇ ଲବ ହାଁସଦା ପ୍ରତିକ୍ରିୟା ନେବାକୁ କଳିଙ୍ଗ ଟିଭି ପକ୍ଷରୁ ଉଦ୍ୟମ କରାଯାଇଥିଲା । ହେଲେ ଲବଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

Leave A Reply

Your email address will not be published.