ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ

add-all

ହିସାର : ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ଏହାକୁ ପାକିସ୍ତାନ ମଧ୍ୟ ପଠାଇଥିଲେ। ଜ୍ୟୋତି ମାଲହୋତ୍ରା ନିଜର ଟ୍ରାଭେଲ୍ ଚ୍ୟାନେଲ୍ ଚଲାନ୍ତି, ସେ ପାକିସ୍ତାନ ମଧ୍ୟ ଯାଇଥିଲେ ଏବଂ ସେଠାରେ ଅନେକ ଗୁପ୍ତ ସୂଚନା ସେୟାର କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି।

ପଚରାଉଚରା ସମୟରେ ଜ୍ୟୋତି ମାଲହୋତ୍ରା ପୁଲିସକୁ କହିଥିଲେ ଯେ ତାଙ୍କର ‘ଟ୍ରାଭେଲ୍ ୱିଥ୍-ଜୋ’ ନାମକ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍ ଅଛି। ସେ ଜଣେ ଭାରତୀୟ ପାସପୋର୍ଟଧାରୀ ଏବଂ ୨୦୨୩ ମସିହାରେ ପାକିସ୍ତାନ ଗସ୍ତ ପାଇଁ ଭିସା ହାସଲ କରିବା ପାଇଁ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ଯାଇଥିଲେ, ଯେଉଁଠାରେ ତାଙ୍କର ସାକ୍ଷାତ ଏହସାନ-ଉର-ରହିମ ଓରଫ ଦାନିଶ ସହିତ ହୋଇଥିଲା। ସେ ଦାନିଶଙ୍କ ମୋବାଇଲ୍ ନମ୍ବର ନେଇଥିଲେ ଏବଂ ତା’ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହାପରେ ସେ ୨ଥର ପାକିସ୍ତାନ ଯାତ୍ରା କରିଥିଲେ ଓ ସେଠାରେ ଅଲି ଅହବାନ ନାମକ ବ୍ୟକ୍ତିକୁ ସାକ୍ଷାତ କରିଥିଲେ ।

ad-week
Leave A Reply

Your email address will not be published.