୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର

youtube

ଭୁବନେଶ୍ୱର : ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନିଭୂତ ହୋଇ ଉତ୍ତରକୁ ଗତି କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଏପଟେ ଉତ୍ତର ଭାରତରେ କାଳବୈଶାଖୀ, ପଶ୍ଚିମରେ ଗ୍ରୀଷ୍ମ ତାତି । ଉତ୍ତର ଭାରତରେ କାଳବୈଶାଖୀର ପ୍ରକୋପ ରହିବା ସହ ଅଧିକ ବର୍ଷା ଓ ବିଜୁଳି ଘଡଘଡିର ସମ୍ଭାବନା ଥିବା ନେଇ ଆକଳନ କରିଛି ଆଇଏମଡି । ଉତ୍ତର ତଥା ପୂର୍ବ ଭାରତର ପଶ୍ଚିମବଙ୍ଗ ସମେତ ସିକିମରେ ଏହାର ପ୍ରଭାବ ପରିଲକ୍ଷିତ ହେବ । ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।

ଆଗାମୀ ୫ରୁ ୬ଦିନ ଜାରି ରହିବ କାଳବୈଶାଖୀର ପ୍ରକୋପ । ସ୍ଥାନେ ସ୍ଥାନେ ପବନର ଝଟକା ମଧ୍ୟ ଅନୁଭୂତ ହେବ । କିନ୍ତୁ ପଶ୍ଚିମ ଭାରତ ଅର୍ଥାତ ରାଜସ୍ଥାନ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଆସନ୍ତା ୧୭ରୁ ୨୩ ଯାଏଁ ରାଜସ୍ଥାନରେ ଅତ୍ୟଧିକ ଗରମ ଅନୁଭୂତ ହେବା ସହ ୧୭ରୁ ୧୯ ତାରିଖ ଯାଏ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ତାତି ପରଲକ୍ଷିତ ହେବ । ଜମ୍ମୁର କିଛି ଡିଭିଜନରେ ୧୭ ଓ ୧୮ ଦୁଇ ଦିନ ଗ୍ରୀଷ୍ମର ପ୍ରକୋପ ଜାରି ରହିବ ।

Leave A Reply

Your email address will not be published.