ଲଜ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ

add-all

ନୂଆପଡ଼ା: ନୂଆପଡ଼ା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତି ଜଣକ ପଡ଼ୋଶୀ ଛତିଶଗଡ଼ ଦୁର୍ଗ ଜିଲ୍ଲା ଭିଳାଇ ସ୍ଥିତ ଇଂସା ଗ୍ରାମର ଅମିତ ସିଂ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ନେଇ ମିଳିଛି ସୂଚନା।

ଅମିତ ସିଂ ରାୟପୁରର ଜଣେ ଠିକାଦାରଙ୍କ ପାଖରେ ମ୍ୟାନେଜର ଭାବରେ କାମ କରୁଥିବା ବେଳେ ଗତ ୧୫ ତାରିଖ ରାତିରେ ଆସି ରୁମ ଭଡା ନେଇ ରହୁଥିଲେ। ଗତକାଲି ସକାଳୁ ବରଗଡ଼ ଜିଲ୍ଲା ପାଇକମାଳରେ ଗାଡ଼ିଭଡ଼ା ବାବଦକୁ ଟଙ୍କା ଆଦାୟ କରିବାକୁ ଯାଇ ରାତିରେ ରୁମକୁ ଫେରି ଗେଟ ବନ୍ଦ କରି ଶୋଇଥିବା ବେଳେ ସକାଳୁ ମାଲିକଙ୍କ ଫୋନ ଉଠାଇ ନଥିଲେ। ଲଜ ମାଲିକ ଖବର ପାଇ କବାଟ ବାଡ଼େଇଥିଲେ ହେଲେ ଖୋଲି ନଥିଲେ। ପରେ ସ୍କାଇ ଲାଇଟ ଭାଙ୍ଗି ଦେଖିବା ବେଳକୁ ସେ ତଳେ ଅଚେତ ଅବସ୍ଥାରେ ପଡ଼ିଛନ୍ତି। ପରେ ନୂଆପଡା ପୁଲିସ ସହାୟତାରେ କବାଟ ଭାଙ୍ଗି ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଅନେକ ସମୟରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.