ନୟାଗଡ : ବଢୁଛି ଅପମିଶ୍ରିତ ଦେଶୀ ମଦ ବ୍ୟବସାୟ , ନିଘୋଡ଼ ନିଦରେ ଅବକାରୀ ବିଭାଗ…

ମଦମୃତ୍ୟୁ ର ପାଦ ଦେଶରେ ନୟାଗଡ ଜିଲ୍ଲା…!!

youtube


ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ଚରମ ସ୍ଥିତିରେ ପହଞ୍ଚିଛି ।ଜିଲ୍ଲାରେ ଅବକାରୀ ବିଭାଗ ଦ୍ଵାରା ନିଲାମ ପ୍ରାପ୍ତ ଦେଶୀ ମଦ ଦୋକାନରେ ସରକାରୀ ସ୍ଵୀକୃତିପ୍ରାପ୍ତ ଦେଶୀ ମଦ ବିକ୍ରି ନହୋଇ ମଦ ମାଫିଆ ମାନେ ଗଞ୍ଜାମ ଜିଲ୍ଲାରୁ ଆସୁଥିବା ଦେଶୀ ମଦ ପାଉଚ୍ ତଥା ଅପମିଶ୍ରିତ ମଦ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆସୁଛି।ଦୀର୍ଘଦିନ ଧରି ଏହି କାରବାର ଚାଲୁଥିବା ବେଳେ ଅବକାରୀ ବିଭାଗ, ପୋଲିସ ବିଭାଗ ନୀରବ ଦ୍ରଷ୍ଟା ସାଜିଛନ୍ତି, ମଦ ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ପାଉଣା ମାଫିଆ ମାନଙ୍କୁ ଖୋଲା ଛାଡି ଛନ୍ତି ବୋଲି ଚର୍ଚ୍ଚା । ନୟାଗଡ଼ ଜିଲ୍ଲାକୁ ଗଞ୍ଜାମ ଜିଲ୍ଲାରୁ ପ୍ରତ୍ୟେକ ଦିନ ଟ୍ରିପ୍ ଟ୍ରିପ ଏହି ଅପମିଶ୍ରିତ ଦେଶୀମଦ ପାଉଚ ବିକ୍ରି ଉଦ୍ଦେଶ୍ୟରେ ଜିଲ୍ଲା କୁ ଆସୁଛି ।ପ୍ରତ୍ୟେକ ଦିନ ଗୋଟିଏ ନିର୍ଦ୍ଧିଷ୍ଟ ପିକଅପ ବୋଝେଇ ଦେଶୀମଦ ପାଉଚ ନୟାଗଡ଼ ଜିଲ୍ଲାକୁ ଆସୁଛି ।୫ ଟଙ୍କାରେ ମିଳୁଥିବା ଏହି ଅପମିଶ୍ରିତ ପାଉଚ ମଦକୁ ନୟାଗଡ଼ ଜିଲ୍ଲାରେ ୨୫ ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ମଦ ମାଫିଆମାନେ ଅବକାରୀ ବିଭାଗ, ପୋଲିସ ବିଭାଗକୁ ମାସିକ ଚାନ୍ଦା ଦେଇ ନୟାଗଡ଼ ଜିଲ୍ଲାର ଅଧା ରୁ ଅଧିକ ଅଞ୍ଚଳରେ ନିଜର ବ୍ୟବସାୟ କରୁଛନ୍ତି । ସରକାରୀ ଖାତା ଖତିଆନ ରେ ଆସ୍କା୪୦ ବିକ୍ରି ହେଉଥିବା ବେଳେ ବାସ୍ତବରେ ଅପମିଶ୍ରିତ ମଦକୁ ବିକ୍ରି କରାଯାଉଛି ବୋଲି ଅଭିଯୋଗ ହେଉଛି । ଜିଲ୍ଲାରେ ୧୫ରୁ ଉର୍ଦ୍ଧ ଦେଶୀ ମଦ ଦୋକାନ ନିଲାମ ପାଇଥିବାବେଳେ ଅବକାରୀ ବିଭାଗ କିପରି ଏହି ଅପମିଶ୍ରିତ ଦେଶୀ ମଦ ବିକ୍ରି କରିବା ପାଇଁ ଅଲିଖିତ ନିର୍ଦ୍ଦେଶ ପ୍ରଦାନ କରିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ରତ୍ୟେକ ଥାନା ଅଂଚଳରେ ଏହି ବେଆଇନ ଦେଶୀ ମଦ କାରବାର ଚାଲୁଥିବା ବେଳେ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହି ଅପମିଶ୍ରିତ ମଦ ପିଇ ନିଶାଡି ଙ୍କ ପରିବାର ଉଜୁଡୁଥିବା ବେଳେ ମଦମୃତ୍ୟୁ କୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ସହର ର ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି। ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.