ଆସିକା ରେ ଥିବା ଖମାନାଳ ଅଦୃଶ୍ୟ..!, ନାଳ ଖୋଜିବା କୁ ନେଇ ଅଭିନୟ କରୁଛି ପ୍ରଶାସନ ……!

ଜବରଦଖଲ ଉଛେଦ କେବେ…?

add-all

ଖମା ନାଳ ଏବେ ନେତା ଓ ବାବୁ ମାନଙ୍କ ପାଇଁ ପୁଷ ମାସ …!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର ଜବର ଦଖଲ ହୋଇଥିବା ଜମିର ପଟ୍ଟାଅଛି। ଦେଶ ସ୍ୱାଧୀନତା ହେବା ପର ଠାରୁ ଆସିକା ସହରର ସାଧାରଣ ଲୋକଙ୍କ ଜମି ଓ ଗୃହର ବନ୍ଦୋବସ୍ତ ବା (ପଟ୍ଟା) ଆଜି ସୁଦ୍ଧା ହୋଇନାହିଁ। ଯେଉଁ ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ସରକାରୀ ଜମି ଜବର ଦଖଲ କରିଛନ୍ତି, ସେମାନଙ୍କ ପଟ୍ଟା ଅଛି। ଆସିକା ସହର ରେ ଯେଉଁ ସବୁ ସରକାରୀ ଜମିକୁ ଜବର ଦଖଲ ପରେ ମୋଟା ଅଙ୍କ ଦେଇ ପଟ୍ଟା ହୋଇଛି। ଏହାର ତଦନ୍ତ କରିଲେ ଖମା ନାଳର ଗୁମର ଖୋଲିବା ସହ ନେତା ଓ ବାବୁ ମାନଙ୍କ ଅସଲ ମୁଖା ଖୋଲିବ। ଖମା ନାଳକୁ ନେଇ ବିଧାନସଭା ରେ ବହୁ ଥର ନିର୍ବାଚିତ ପ୍ରତିନିଧି ମାନେ ସ୍ୱର ଉତ୍ତୋଳନ କରିଥିବାର ନଜିର ରହିଛି। ପରବର୍ତ୍ତୀ ସମୟରେ ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷଙ୍କ ମୁଠା ମୁଠା ଟଙ୍କା ଆଗରେ ବାବୁ ଓ ନେତା ମାନେ ଧରାଶାୟୀ ହେଉଥିବା ଚର୍ଚ୍ଚା ହୋଇ ଆସୁଛି। ଆସିକା ହରିହର ନଗର ବା କୁମ୍ଭାର ସାହି ପଛ ପଟେ ଥିବା ଚାଷ ଜମି ନିକଟକୁ ଗଲେ ଏବେବି ଖମା ନାଳ ଥିବା ଜମି ଉପରେ କୌଣସି ବ୍ୟକ୍ତି ବିଶେଷ ଗୃହ ନିର୍ମାଣ କରିନାହାନ୍ତି। ହରିହର ନଗର ର ପୁରୁଖା ଚାଷୀଙ୍କୁ ଖମା ନାଳ ସମ୍ପର୍କରେ ପରାମର୍ଶ ନେଲେ ଖମା ନାଳ ହଜିଥିବା ଗୁମର ଖୋଲିବ ବୋଲି ଆସିକା ସାଂସଦ କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.