ଦକ୍ଷିଣ ଏସିଆ ଶ୍ରମ ଗତିଶୀଳତା ସମ୍ମିଳନୀରେ ଯୋଗଦେବା ପାଇଁ ଭୁଟାନ ଗଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ

add-all

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଶ୍ରମ ଗତିଶୀଳତା ସମ୍ମିଳନୀରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୁଟାନ ଯାଇଛନ୍ତି।
ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଶ୍ରମ ଗତିଶୀଳତା ସମ୍ମିଳନୀ, ମେ’ ୨୦ ଏବଂ ମେ’ ୨୧ ଦୁଇ ଦିନ ଧରି ଭୁଟାନର ରାଜଧାନୀ ଥିମ୍ପୁରେ ଅନୁଷ୍ଠିତ ହେବ।
ସିଂହଦେଓ,ବର୍ତ୍ତମାନ ଡିଷ୍ଟ୍ରେସଡ୍ ମାଇଗ୍ରେସନ ଟାସ୍କ ଫୋର୍ସର ଅଧ୍ୟକ୍ଷ ଅଛନ୍ତି। ସେ ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରବାସୀ ଶ୍ରମିକ ଭଳି ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ଏବଂ ନୀତି ଗଠନ କରିବାରେ ତାଙ୍କର ଅଂଶଗ୍ରହଣ ବିଶେଷ ସହାୟକ ହେବ ବୋଲି କୁହାଯାଉଛି।
ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଚିତ୍ରା ଆରୁମୁଗମ, ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କ ସହିତ ରହିବେ। ଭୁଟାନ, ମଧ୍ୟପ୍ରାଚ୍ୟ ଦେଶ, ଉତ୍ତର ଆଫ୍ରିକା, ଇଟାଲୀ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ ଏମିରେଟ୍ସ, ଫିଲିପାଇନ୍ସ, ପାପୁଆ ନ୍ୟୁଗିନି, ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ଜାମାଇକା, ବାଂଲାଦେଶର ପ୍ରତିନିଧି, ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନଙ୍କ ସମେତ ପ୍ରାୟ ୧୦୦ ଜଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.