
ଭୁବନେଶ୍ବର : ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ଏଭଳି ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ । ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟ । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।