
କାଗଜ କଲମ ରେ ହିଁ ସୀମିତ ସରକାରୀ ଓ ଗୋଚର ଜମି..

ସରକାର ଙ୍କ ଜବର ଦଖଲ ଉଛେଦ ନିୟମ ଧୂଆଁ ବାଣ….

.
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ବର୍ତ୍ତମାନ ଜମି ଦଲାଲ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି, ପ୍ରଥମେ ଏହା ବଡ଼ ବଡ଼ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଦଲାଲ ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିଲା କିନ୍ତୁ ଆଜି ଦିନରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ବିଶେଷ କରି ଗଞ୍ଜାମ ଜିଲ୍ଲାର କନିସୀ, କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାନଙ୍କରେ ବେଶ୍ ଭିଡ ଜମୁଥିବା ଦେଖିବାକୁ ମିଳିଥାଏ।
କାରଣ ଏହା ପରଦା ପଛରେ ବହୁ ବିପଦପୂର୍ଣ୍ଣ ବିଷୟବସ୍ତୁ ଲୁଚି ରହିଛି। ଉଦାହରଣ ସ୍ୱରୂପ ସାଧାରଣ ନିରୀହ ଚାଷୀଙ୍କର ଜମି କ୍ରୟ କରିବାପାଇଁ ଜଣେ ବିଲଡର ଯେତେବେଳେ ଇଚ୍ଛା କରିଥାଏ, ସେତେବେଳେ ଚାଷୀ ଜଣଙ୍କ ଅନାବଶ୍ୟକ ଥିବା କାରଣରୁ ତାହାକୁ ବିକ୍ରି କରିବାପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ ଉକ୍ତ ବିଲ୍ଡର୍ସ ଏହାର ବଦଲା ସ୍ବରୂପ ସ୍ଥାନୀୟ ଦଲାଲ ଙ୍କୁ ଉଚ୍ଚ କମିଶନ ର ଆଶା ଦେଖାଇବା ହେତୁ ଏହି ଦଲାଲମାନେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦଖଲ କରି ଜୋର ଜବରଦସ୍ତି ଭାବରେ କର୍ମଚାରୀଙ୍କୁ ଉଚ୍ଚ ମାତ୍ରାରେ ହାତଗୁଞ୍ଜା ଦେଇ ଆଶା କରିଥିବା ଜମି କାଗଜ ପତ୍ର ର ଖତିୟାନ ଓ ପ୍ଲଟ ନମ୍ବର ସହ ନକ୍ସା ବାହାର କରିବା ପାଇଁ ବାଧ୍ୟ କରିଥାନ୍ତି ଯାହାଫଳରେ ଲୋଭରେ ଶିକାର ହୋଇ ଏହା କରିବା ପାଇଁ ବାଧ୍ୟ ହୋଇଥାନ୍ତି, କିନ୍ତୁ ଏହାର ପରିଣାମ ସ୍ବରୂପ ଯେଉଁ ନୀରିହ ବ୍ୟକ୍ତି ଜଣକ ବିକ୍ରି କରିବାପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି ତାଙ୍କ ପାଇଁ ବିପଦର ବୁଢିଆଣୀ ଜାଲ ବିଚ୍ଛାଯାଇଥାଏ । କାରଣ ଚାଷୀର ଅଜାଣତରେ ତାଙ୍କ ଜମିକୁ ଜୋରଜବରଦସ୍ତି ଭାଙ୍ଗି ସମାନ୍ତରାଳ କରିବା ସହ ସମ୍ପୂର୍ଣ୍ଣ ଭାବେ ଜମିର ନକ୍ସା କୁ ଚତୁରତା ସହ ବଦଳେଇ ଦେଇଥାନ୍ତି। ଯାହାଫଳରେ ନୀରିହ ଚାଷୀ ଟି ଏହି ଦଲାଲ୍ ଙ୍କ ଧମକପୂର୍ଣ୍ଣ ପାଇଁ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ବେ ବିକ୍ରୟ କରିବାକୁ ପଛାଏ ନାହିଁ । ଏହିପରି ଗୁଣ୍ଡା ଗାର୍ଡି କରି ଜମି ଦଖଲ କରିବା ସହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୁ କବ୍ଜା କରିବା ଯୋଗୁଁ ଅନ୍ୟ କାର୍ଯ୍ୟ ରେ ଆସୁଥିବା ସାଧାରଣ ଜନତା ଙ୍କ କାର୍ଯ ରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି l ଜିଲ୍ଲାର ଜଣେ ଜଣେ ରାଜସ୍ବ ନିରକ୍ଷକ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ l ପୁଣି ଜିଲ୍ଲାରେ ଥିବା ସରକାରୀ ଓ ଗୋଚର ଜମି କେବଳ କାଗଜ କଲମ ରେ ସୀମିତ କିନ୍ତୁ ଉକ୍ତ ଜମି ଓ ଜାଗା କୁ ମାଫିଆ ମାନେ କବ୍ଜା ରେ ରଖିଛନ୍ତି ପ୍ରଶାସନ ସବୁଜାଣି ନୀରବ କାରଣ ସେଥିରେ ପ୍ରଶାସନ ଅଧିକାରୀ ଙ୍କ କୁଆଡେ ଭାଗ ରହିଛି ବୋଲି ଲୋକେ କହୁଛନ୍ତି l ସୂଚନା ଥାଉକି ଏହାକୁ ନେଇ ଆର ଟି ଆଇ ମାଧ୍ୟମରେ ସରକାରୀ ଓ ଗୋଚର ଜମି କୁକୁଡାଖଣ୍ଡି ଓ କନିସୀ ତହସିଲଦାର ଙ୍କୁ ତଥ୍ୟ ମଗା ଯାଇଛି ଯାହାକି କାଗଜ କଲମ ରେ ଏହି ତଥ୍ୟ ରହିଛି କିନ୍ତୁ ଉକ୍ତ ଗୋଚର ଓ ସରକାରୀ ଜମି ରେ ମାଳ ମାଳ କୋଠା ଠିଆ ହୋଇଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ହୁଗୁଳାପଟା ମୁଖ୍ୟ ସଡ଼କ ଯାହାକି ସରକାରୀ ଓ ଗୋଚର ଜମି ଯାହାକୁ କିଛି ଲୋକ ଜୋର ଜବରଦସ୍ତ କିଛି ମାଫିଆ ଙ୍କ ଜରିଆରେ କବ୍ଜା ରେ ରଖିଛନ୍ତି ଏହାକୁ ନେଇ ଅନେକ ଅଭିଯୋଗ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ ହୋଇଛି କିନ୍ତୁ ଲୋକୋ ଦେଖାଣିଆ ଭାବରେ ଭାଙ୍ଗିବା କୁ ପ୍ରଶାସନ ନୋଟିସ କରି ଏବଂ ସେଥିରୁ କିପରି ବଞ୍ଚିବେ ସେ ଗଳା ବାଟ ବି ଉକ୍ତ ଜବରଦଖଲ କାରୀଙ୍କୁ ପ୍ରଶାସନ ଜଣାଇ ଥିଲା ଯାହା ଫଳରେ ସେମାନେ ସ୍ଥାନୀୟ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କ ବିରୋଧ ରେ ଅଦାଲତ ର ଆଶ୍ରୟ ନେଇଥିଲେ କିନ୍ତୁ କିଛି ବର୍ଷ ପରେ ଅଦାଲତ ଉକ୍ତ କେସ କୁ ଖାରଜ କଲା ଯାହାର ତଥ୍ୟ ବି ଗଞ୍ଜାମ ଜିଲ୍ଲାପାଳ କୁକୁଡାଖଣ୍ଡି ତହସିଲଦାର ଙ୍କୁ ଅବଗତ କରାଗଲା ତଥାପି ପ୍ରଶାସନ ନୀରବ ଏଠାରୁ ଅନୁମାନ କରାଯାଇ ପାରେ ଦୁର୍ନୀତି ର ଚେର କେତେବାଟ l ଗଞ୍ଜାମ ଜିଲ୍ଲାର ଜମି ମାଫିଆ ମାନେ ଗୋଚର ଓ ସରକାରୀ ଜମି ଜବର ଦଖଲ କରିବାକୁ ଗୋଟିଏ ସହଜ ଉପାୟ ଆପଣାଇ ଛନ୍ତି ଉକ୍ତ ଜାଗାରେ ମନ୍ଦିର, ବୃଦ୍ଧା ଆଶ୍ରମ କରି ଜବର ଦଖଲ କରିବା ବି ଦେଖିବାକୁ ମିଳୁଛି, ନୂତନ ସରକାର ଆସିବା ସଙ୍ଗେ ସଙ୍ଗେ ଜବର ଦଖଲ ଉଛେଦ ପାଇଁ କଡା ନିୟମ ପାଳନ କରିଛି କିନ୍ତୁ ଗଞ୍ଜାମ ଜିଲ୍ଲା ଏଥିରୁ ବ୍ୟତିକ୍ରମ ଏଠାରେ ଜବରଦଖଲ ଉଛେଦ ପରିବର୍ତ୍ତେ ଜବର ଦଖଲ ପାଇଁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି l ସରକାରୀ ନିୟମ କୁ ଜିଲ୍ଲା ପ୍ରଶାସନ ଫୁ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଏଠାରେ ଗରିବ, ଖଟିଖିଆ ଙ୍କୁ ନ୍ୟାୟ ମିଳୁନି ମିଳୁଛି ମାଫିଆ, ଦଲାଲ ଙ୍କୁ ତେଣୁ ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଧ୍ୟାନ ଦେବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l ପୂର୍ବରୁ ଥିବା କିଛି ଆଗ ଧାଡ଼ିର ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟ ଏଥିରେ ଲିପ୍ତ ଥିବା ଜଣା ପଡିଛି ଯାହା ଫଳରେ ଜିଲ୍ଲା ପ୍ରଶାସନ ହାତ ମାରୁନି ବୋଲି ଖଟିରେ ଚର୍ଚ୍ଚା…