ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

youtube

ରାୟଗଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀପୋଲ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଇଠ ପଦରର ଗ୍ରାମର ବୁଲୁ ଶବର, ସୁବ୍ରତ ଶବର । ଏବଂ ଅନ୍ୟ ଜଣେ ଜଗନ୍ନାଥପୁର ଗାଁର ବାଳକୃଷ୍ଣ ଆରକା । ୩ ଜଣ ବାଇକରେ ଠାକୁରାଣୀ ଯାତ୍ରା ଦେଖିବାକୁ ଗଲାବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ ଯୁବକ ମାନେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ । ଗୁଣୁପୁର ବ୍ଲକ୍ କଇଠ ପଦର ଗ୍ରାମର ଦୁଇ ଜଣ ହେଲେ ବୁଲୁ ଶବର , ସୁବ୍ରତ ଶବର ଜଗନ୍ନାଥ ପୁର ଗ୍ରାମର ବାଳକୃଷ୍ଣ ଆରକା । ତିନିଜଣ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରି ଗୁଣୁପୁର ମେଡିକାଲକୁ ଆଣିବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.