ସହଦେବ ନାୟକ ହତ୍ୟା ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

youtube

ଭୁବନେଶ୍ବର: ଭୁବନେଶ୍ବରରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘର ଭଙ୍ଗାଯାଉଛି । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା BMC । କେଦାରପଲ୍ଲୀ ବସ୍ତିରେ ଥିବା ଘର ଭଙ୍ଗାଯାଇଛି । ପୋଲିସ ଉପସ୍ଥିତିରେ ଜେସିବିରେ ଭଙ୍ଗା କାର୍ଯ୍ୟ ଚାଲିଛି ।

ସୂଚନାଯୋଗ୍ୟ ଯେ, ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହେଉଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି । ତାଙ୍କୁ 2025 ଜାନୁୟାରୀରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏବେ ଏହି ବୀଭତ୍ସ ହତ୍ୟା ଘଟଣାରେ ସମୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ବିଏମସି ଏବଂ କମିଶନରେଟ୍ ପୋଲିସ ।

Leave A Reply

Your email address will not be published.