ଶୋଇଥିବା ବେଳେ ବିଷଧର ସାପ କାମୁଡ଼ାରେ ହରାଇଲେ ପ୍ରାଣ୪୫ ବର୍ଷିୟ ଭୀମା ମାଡି

add-all

ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡିଛି । ସୁଚନା ମୁତାବକ ପରସନପଲ୍ଲୀ ଗ୍ରାମର ୪୫ ବର୍ଷିୟ ଭୀମା ମାଡି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଖାଇସାରି ନିଜ ଶୋଇଥିଲେ। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଭୀମାର ସ୍ତ୍ରୀ ସୁକି ଭୀମା ସହ ପରିବାରର ସ୍ଥିତିକୁ ନେଇ ଆଲୋଚନା କରିଥିବା କହିଛନ୍ତି। ତେବେ ସକାଳ ପ୍ରାୟ ୬ ଟା ବେଳେ ସୁକି ନିଦରୁ ଉଠି ଭୀମା ଶୋଇଥିବା ରୁମକୁ ଯାଇ ନିଦରୁ ଉଠାଇଥିଲେ ।ଏହି ସମୟରେ ଭୀମା କୌଣଷି ପ୍ରତିକ୍ରିୟା ନଦେବାରୁ ସୁକି ଆଖପାଖ ଲୋକଙ୍କୁ ଡାକି ଭୀମାର ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ କହିଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ଭୀମାର ମୁହଁରେ ଲାଗିଥିବା ଫେଣ ଓ ବାମ ଗୋଡର ପାଦରେ ଥିବା କ୍ଷତ ଚିହ୍ନ ଦେଖି ଭୀମାକୁ ସାପ କାମୁଡିଥିବା ଜାଣିପାରି ଥିଲେ । ଏ ନେଇ ସୁକି ପଡିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପଡିଆ ପୋଲିସ ପକ୍ଷ୍ୟରୁ ଭୀମାର ମୃତ ଶରିରର ପଂଚନାମା କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି କାଲିମେଳା ରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୧୩/୨୦୨୫ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଭୀମାର ମୃତ୍ୟୁ ପରେ ପୁରା ପରିବାର ବୋଝ ସୁକି ଉପରେ ରହିଥିବା ବେଳେ ପୁରା ପରିବାର ଲୋକ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳୁଛି। ଏଣୁ ସରକାରଙ୍କ ପକ୍ଷରୁ ସୁକିକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବୀ ହୋଇଛି।

ad-week
Leave A Reply

Your email address will not be published.