

ମନ୍ତ୍ରୀଙ୍କ ଇସାରା ବିନା ବ୍ରହ୍ମପୁର ମହାନଗର ନିଗମ ରେ ପତ୍ର ଝଡ଼ୁନି ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନେକ ପ୍ରଶାସନିକ ଅଧିକାରୀ ଦୀର୍ଘ ଦିନ ହେଲା ଚୌକି ଜାବୁଡି ବସିଥିବା ଯୋଗୁଁ ଦୁର୍ନୀତି ବଢ଼ିଛି। ଏଭଳି ଅଫିସର ମାନଙ୍କ ପ୍ରତି ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ ହେଉଛନ୍ତି କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ତାଙ୍କ ବିରୋଧ ରେ ଅନେକ ଅଭିଯୋଗ ଆସୁଥିବା ସ୍ଥଳେ ରାଜ୍ୟ ସରକାର ନୀରବ କାହିଁକି..? କାହା ଛତ୍ର ଛାୟା ତଳେ ବାବୁ..? ସୂଚନା ଥାଉକି ଭବାନୀ ମିଶ୍ର କୁକୁଡାଖଣ୍ଡିରେ କାର୍ଯ୍ୟକାଳ ସମୟରେ ମଧ୍ୟ ଦୁର୍ନୀତି ରେ ଉବୁଟୁବୁ ହେଉଥିଲେ ଶ୍ରୀ ମିଶ୍ର ତୃତୀୟ ମହଲା ର ପାଖ ଲୋକ କହି ଜନସାଧାରଣଙ୍କୁ ଧମକ ଦେଉଥିବାର ଅଭି ଯୋଗ ହୋଇଥିଲା। ବର୍ତ୍ତମାନ ବ୍ରହ୍ମପୁର କର୍ପୋରେଟର ମାନେ ବିଭିନ୍ନ ସମୟରେ କମିଶନର “GO BACK”କହୁଥିବା ଦେଖିବାକୁ ମିଳିଛି।କିନ୍ତୁ ମେୟରଙ୍କ ପକ୍ଷରୁ କମିଶନରଙ୍କ ବିରୋଧରେ କଥା ବାହାରୁନି ଓଲଟି କମିଶନରଙ୍କୁ ସମର୍ଥନ କରି ମନେଇ ବାକୁ ଯାଉଛନ୍ତି। ମେୟର କମିଶନରଙ୍କ ପାଇଁ କାମ କରିବେ ନାଁ ଜନସାଧା ରଣଙ୍କ ପାଇଁ କାମ କରିବେ।ବୋଲି ସହରରେ ଚର୍ଚ୍ଚା ଜୋର ଧରୁଛି ବୋଧେ ମେୟର ଅଣନିଶ୍ୱାସୀ ହୋଇଗଲେଣି l ସ୍ୱଛତାରେ ଭୁଷୁଳି ଗଲାଣି ମହାନଗର ନିଗମ ପ୍ରତି କାହାର ନିଘା ନାହିଁ I ଶାସକ ଓ ପ୍ରଶାସକ ଜନ ସେବା ନୁହଁ ଦୁର୍ନୀତି କରିବାକୁ ସେବା କରଛନ୍ତି l ଯେଉଁଠି ହାତ ମାରିବେ ସେଠାରେ ଦୁର୍ନୀତି ର ଗନ୍ଧ l ଏବେବି ଗଞ୍ଜାମ ଜିଲ୍ଲାରେ ଅଫିସର ରାଜ ଚାଲିଛି। ବାବୁଙ୍କୁ ତୃତୀୟ ମହଲା ର ଆଶୀର୍ବାଦ ଥିବା ଯୋଗୁଁ ବାବୁ ଦୁର୍ନୀତି କରିଲେ ତାଙ୍କୁ ମାଫ କରାଯାଉଥିବା ଚର୍ଚ୍ଚା ହେଉଛି। ବ୍ରହ୍ମପୁର ମହାନଗର ନିଗମ ରେ ପାଦ ପାଦ ରେ ଦୁର୍ନୀତି ହୋଇଥିବା ରୀତିମତ ଅଭିଯୋଗ ହୋଇ ଆସୁଛି। କେବେ ହେବ ବାବୁଙ୍କ ଉପରେ କାର୍ଯ୍ୟାନୁ ଷ୍ଠାନ…? ତାହା ସମୟ କହିବ… ବୋଧେ ଜିଲ୍ଲା ପ୍ରଶାସନ କୋମା ରେ..! ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଟିକିଏ ଦୃଷ୍ଟି ପଡ଼ୁ ବୋଲି ସାଧାରଣ ରେ ଅନୁରୋଧ ହେଉଛି