ଲୋକଙ୍କ ସରକାର ମୋହନ ସରକାର : ଆସିକା ଲୋକଙ୍କ ସହ ନାହାନ୍ତି ବିଧାୟକ ମହାଶୟ…..!

ମାଫିଆ ମାନେ ବିଧାୟକ ଙ୍କ ଗେଲ୍ହା ପୁଅ…!!

youtube

ଆସିକା ପଞ୍ଚାୟତ ସମିତି ବୈଠକ ରେ ସାଂସଦଙ୍କୁ ଫେରାଦ ହେଲେ ଲୋକେ…..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ନିର୍ବାଚିତ ହେବା ପର ଠାରୁ ବିଭିନ୍ନ ସମସ୍ୟା ରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଆସିଛନ୍ତି। ଶୁକ୍ରବାର ଦିନ ଆସିକା ପଞ୍ଚାୟତ ସମିତି ବୈଠକ ଥିଲା। ଏହି ବୈଠକ ରେ ଆସିକା ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବୈଠକ ଆରମ୍ଭ ପୂର୍ବରୁ ବିଧାୟକ ମହାଶୟ ଆସି ବିଡ଼ିଓଙ୍କ କାର୍ଯ୍ୟାଳୟ ରେ କିଛି ସମୟ ଅପେକ୍ଷା କରିବା ପରେ କୁଆଡ଼େ ସାଂସଦ ଏହି ବୈଠକ କୁ ଆସୁଥିବା ଖବର ପାଇ ସେଠାରୁ ସମିତି ବୈଠକ ରେ ଯୋଗ ନଦେଇ ଚାଲିଯାଇଥିଲେ। ଆସିକା ସାଂସଦ ଆସିବା ରେ ସମିତି ବୈଠକକୁ ବିଡ଼ିଓ ଲିପିନା ଦାଶ ମଧ୍ୟ ଯିବାକୁ ଅମଙ୍ଗ ହେବା ପରେ ସରପଞ୍ଚ ଓ ସମିତି ସଭ୍ୟ ବୁଝାସୁଝା ପରେ ସ୍ୱଳ୍ପ ସମୟ ରହି ବିଡ଼ିଓ ମହାଶୟା ଚାଲି ଯାଇଥିଲେ। ଆସିକା ସାଂସଦ ଙ୍କୁ ବହୁ ଜନ ପ୍ରତିନିଧି ମାନେ ଅଭିଯୋଗ କରି ଥିଲେ ଯେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରିବା ସାଙ୍ଗକୁ ବିଧାୟକଙ୍କ ନିର୍ଦ୍ଧେଶ ରେ ବିଡ଼ିଓ ପ୍ରୋରୋଚନାରେ ବିଭିନ୍ନ ବିଲ ବନ୍ଦ କରୁଥିବା ଅଭିଯୋଗ କରିଥିଲେ। ଆଜି ବିଧାୟକ ବୈଠକ ରେ ଯୋଗନଦେଇ ଚାଲିଯିବା ବିଡ଼ିଓ ଦେହ ଅସୁସ୍ଥ ବାହାନା ଦେଖାଇବା ଏହାର ଜ୍ୱଳନ୍ତା ଉଦାହରଣ ବୋଲି ବହୁ ଜନ ପ୍ରତିନିଧି କହୁଥିଲେ। ସମସ୍ତ କଥା ଶୁଣିବା ପରେ ସାଂସଦ କହିଥିଲେ ଆମେ ଲୋକଙ୍କ ବହୁମତ ପରେ ନିର୍ବାଚିତ ହୋଇଆସିଛୁ। ଲୋକଙ୍କ ସରକାର ମୋହନ ସରକାର ଉନ୍ନୟନ କାର୍ଯ୍ୟ ରୋକିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ସରକାରୀ କର୍ମଚାରୀ ମାନଙ୍କୁ ଅନାୟାସ ଚାପ ପ୍ରୟୋଗ କରିବା ଠିକ ନୁହେଁ ବୋଲି ସାଂସଦ କହିଥିଲେ। ସାଂସଦ ରୋକଠକ ଭାବେ କହିଥିଲେ ସରକାରୀ ଉନ୍ନୟନ କାର୍ଯ୍ୟ ରେ ଅଧିକାରୀ କିମ୍ବା ନେତା ମାନେ ବାଧା ଦେଲେ ସିଧା ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାନ୍ତୁ ବୋଲି କହିଥିଲେ।ପ୍ରକାଶ ଥାଉକି ନୂତନ ସରକାର ଆସିବା ପରଠାରୁ ବିବାଦୀୟ ପରିସ୍ଥିତିରେ ରହି ଆସିକା ବିଧାୟକ ସବୁବେଳେ ଚର୍ଚ୍ଚା ରେ ରହି ଆସିଥିବା ଆଲୋଚନା ହେଉଛି। ଆସିକା ସାଂସଦଙ୍କ ଛାଇ ଦେଖି ଭାଇନା ଚମକୁଥିବା କଥା ଏବେ ସାଧାରଣ ରେ ବୈଠକ ରେ ଯୋଗ ନଦେଇ ଚାଲିଯିବା ପରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସବୁ କ୍ଷେତ୍ରରେ ହମବଡା ନିତୀ ଯୋଗୁଁ ଭାଇନା ସବୁବେଳେ ହଟହଟା ହେଉଥିବା ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.