ଆସିକା ସମିତି ଅଧିବେଶନରେ ସାଂସଦ ଆସିବା ଖବର ପାଇ ଛୁ ମାରିଲେ ବିଧାୟକ…!

add-all

ବାଃ ବାଃ ରେ ଆସିକା ରାଜନୀତି…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସାଧାରଣ ନିର୍ବାଚନ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ଆସିକା ସମିତି ର ଅଧିବେଶନ ଥିଲା। ଏଥିରେ ଅଧିବେଶନ ରେ ସାଂସଦ ଓ ବିଧାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅଧିବେସନ ଆରମ୍ଭ ପୂର୍ବରୁ ଆସିକା ବିଧାୟକ ସରୋଜ ପାଢ଼ୀ ବ୍ଲକରେ ଆସି ପହଁଞ୍ଚିଥିଲେ। ଏହା ପରେ କୁଆଡ଼େ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ଆସିବାର ଆଗୁଆ ଖବର ପାଇ ବିଧାୟକ ଅଧିବେଶନ ରେ ଯୋଗ ନଦେଇ ବିଡ଼ିଓ ଅଫସରୁ ଚାଲିଯାଇ ଥିଲେ। ଏହି ଅଧିବେଶନ ରେ ଆସିଥିବା ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ମଧ୍ୟରେ ସଂସାଦ ଓ ବିଧାୟକ ଙ୍କୁ ନେଇ ନା ନା କଥା ଶୁଣିବାକୁ ମିଳିଥିଲା। ଆସିକା ସାଂସଦ ଓ ବିଧାୟକ ଉଭୟେ ସରକାରୀ ହେଉକି ଦଳୀୟ କାର୍ଯକ୍ରମ ରେ ଦୀର୍ଘ ଦିନ ହେଲା ଦେଖିବାକୁ ମିଳୁନାହିଁ। ଆଜିର ଏହି ସମିତି ବୈଠକ ରେ ବିଜେପି ଦଳର ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଥିବା ତିକ୍ତତା ହାଟରେ ପଡ଼ି ଦାଣ୍ଡରେ ଗଡିଛି। ବିଧାୟକ ଚାଲିଯିବା ପରେ ଆସିକା ସାଂସଦଙ୍କୁ ଭବ୍ୟ ସମର୍ଦ୍ଧନା ଦିଆଯାଇଥିଲା। ଆୟୋଜିତ ସଭାରେ ବିଭିନ୍ନ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଚର୍ଚ୍ଚା କରାଯାଇଥିଲା। କୁଆଡେ ବିଧାୟକ ମହାଶୟ ଗଲା ବେଳେ ବିଡ଼ିଓ ଙ୍କୁ କଡ୍ଡା ଭାଷା ପ୍ରୟୋଗ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ad-week
Leave A Reply

Your email address will not be published.