ଝରୀଗାଁ ବ୍ଲକରେ ପାଦ ପାଦ ରେ ଦୁର୍ନୀତି…! : ଜିଲ୍ଲା ପ୍ରଶାସନ ପିସି ଖାଇ ଚୁପ…
ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ କୋମାରେ…


ଜିଲ୍ଲାର ସରକାରୀ ବାବୁ ମାନେ ଜଣେ ଜଣେ କୁବେର…
ଉମରକୋଟ/ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ସ୍ଥିତ ପୋଖରୀ ହେଉକି ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଖରୀ ଖନନରେ ବ୍ୟାପକ ମହାଦୁର୍ନୀତି ହୋଇଥିବା କୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଶ୍ରମିକ ବଦଳରେ ମେସିନ କରୁଛି କାମ,ଜାଲିଆତି ଲେବର ଆକାଉଣ୍ଟରେ ଟଙ୍କା ଉଠାଣ, ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଟଙ୍କାର ଦିନ ଦ୍ବିପ୍ରହରେ ହରିଲୁଟ ,ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ମହା ଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି।। ଅଭିଯୋଗ ନେଇ ବ୍ଲକର ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଆଜି ଝରିଗାଁ ପଞ୍ଚାୟତ ସଦର ସ୍ଥିତ ଜୟନ୍ତୀ ନଗର ବସ୍ତିରେ ଥିବା ସାର୍ବଜନୀନ ପୁରାତନ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ୨୦୨୩-୨୪ ବର୍ଷର ପଞ୍ଚମ ପର୍ଯ୍ଯାୟ ଏସ ଏଫ ସି ପାଣ୍ଠିରୁ ଜୟନ୍ତୀ ନଗର ଜଳାଶୟ ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରହିଥିବା ବେଳେ ଏହି ଟଙ୍କାକୁ ଅଳ୍ପ କାମ କରି ଦିନ ଦ୍ବିପ୍ରହରେ ଠିକାଦାର ଓ ବ୍ଲକର କନିଷ୍ଠ ଯନ୍ତ୍ରୀ ହରିଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ଝରୀଗାଁ ସଦର ଜୟନ୍ତୀ ନଗର ବସ୍ତି ବାସିନ୍ଦା। ଏନେଇ ଆଜି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝିଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ଜୟନ୍ତୀ ନଗର ବସ୍ତିବାସୀ। ଅଭିଯୋଗ ପ୍ରକାରେ ଜଳାଶୟର ପୁନଃ ଉଦ୍ଧାର ନାଆଁରେ ଲକ୍ଷାଧିକ ଟଙ୍କା ହଡ଼ପ କରିବାକୁ ଯୋଜନା କରୁଥିବା ଦର୍ଶାଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଝୀ ଗୁରୁତର ସହିତ ଲିଖିତ ଅଭିଯୋଗକୁ ଗ୍ରହଣ gyକରି ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ଜୟନ୍ତୀ ନଗର ବସ୍ତିବାସୀ (ଏ ସି ଡି ସି ମିଟିଂ ) ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଯୋଗ ଦେବାକୁ ଆସିଥିବା ମାନ୍ୟବର ଝରୀଗାଁ ବିଧାୟକ ନରସିଂହ ଭତରାଙ୍କୁ ସାକ୍ଷାତ କରି ପୋଖରୀ ପ୍ରସଙ୍ଗରେ ଅବଗତ କରାଇଥିଲେ। ଏହା ପରେ ବିଡ଼ିଓ ମଧୁସୂଦନ ମାଝୀ , କନିଷ୍ଟ ଯନ୍ତ୍ରୀ (ଏ ଇ ) ବିନିତ୍ ମିଶ୍ରଙ୍କୁ ସାଙ୍ଗରେ ଧରି ଜୟନ୍ତୀ ନଗର ପୁରାତନ ସାର୍ବଜନିନ

ପୋଖରୀ କ୍ଷେତ୍ର ପୁନଃ ଉଦ୍ଧାର କାର୍ଯ୍ୟ ପରିଦର୍ଶନ କରିଥିଲେ ମାନ୍ୟବର ବିଧାୟକ। ସେଠି ଲଟା ବୁଦା ଅମରି ଡାଳ ଅନାବନା ଘାସଲତା ବର୍ଜ୍ୟବସ୍ତୁରେ ପରିପୂର୍ଣ ଓ ଅପରିଷ୍କାର ପାଣି, ଦୂଷିତ ପରିବେଶ ମଧ୍ୟରେ ରହିଛି ପୋଖରୀର ଅବସ୍ଥା। ଜୟନ୍ତୀ ନଗର ବସ୍ତିବାସୀଙ୍କ କହିବା କଥା ଏହାର ପୁନଃ ଉଦ୍ଧାର ନାଁରେ ଜେସିପି ମେସିନ ଲଗାଇ ତିନି ଚାରି ଫୁଟ ଖୋଳା ଯାଇଛି ଏବଂ ଖୋଳା ଯାଇଥିବା ପଙ୍କ ମାଟି ବ୍ୟକ୍ତିଗତ ଚାଷ ଜମିରେ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଭଡା କରି ଜମି ମାଲିକ ମାନେ ନେଇ ଯାଇଛନ୍ତି। ପୂର୍ବରେ ପ୍ରାୟ ୨୦ ଲକ୍ଷ ଟଙ୍କା ଏହାର ପାହାଚ ନିର୍ମାଣରେ ଖର୍ଚ୍ଚ ହୋଇଥିବା ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମାଟି ସ୍ଥାନାନ୍ତର ଖର୍ଚ୍ଚ ଠିକାଦାରଙ୍କୁ କରିବାକୁ ପଡି ନାହିଁ ବୋଲି ଗ୍ରାମବାସୀ ମାନ୍ୟବର ବିଧାୟକଙ୍କୁ ଅବଗତ କରାଇଛନ୍ତି। ପୋଖରୀର ଶୋଚନୀୟ ଅବସ୍ଥା ଦେଖି ମାନ୍ୟବର ବିଧାୟକ ବ୍ଲକ ପ୍ରଶାସନ ଉପରେ ଗର୍ଜିଛନ୍ତି। ବସ୍ତି ବାସିନ୍ଦାଙ୍କ ଦୈନଦିନ ଆବଶ୍ୟକତା ମଧ୍ୟରେ ଗୃହପାଳିତ ପଶୁଙ୍କ ପିଇବା ପାଣି,ଲୁଗାପଟା ସଫା କରିବା ସ୍ନାନ ଓ ଶୌଚ କରିବା ଆଦି କାର୍ଯ୍ୟ ଲାଗି jଏହି ପୋଖରୀ ଉପରେ ବର୍ଷ ବର୍ଷ ଧରି ନିର୍ଭର କରି ଆସୁଥିବା ବେଳେ ସେସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ବସ୍ତି ବାସିନ୍ଦା ସହ ବାଟୋଇ। ପାରଦର୍ଶିତା ଅବଲମ୍ବନ ପୂର୍ବକ ଯୁଦ୍ଧ କାଳୀନ ଭିତ୍ତିରେ ତୁରନ୍ତ ବର୍ଷା ପୂର୍ବରୁ ଏହି ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି ମାନ୍ୟବର ବିଧାୟକ। ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ ଦେଖି ମାନ୍ୟବର ବିଧାୟକ ବିଲ୍ ପାରିତ ନ କରିବାକୁ କନିଷ୍ଟ ଯନ୍ତ୍ରୀ (ଏ ଇ) ଏବଂ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏବେ ଦେଖିବାକୁ ବାକି ରହିଲା ମାନ୍ୟବର ବିଧାୟକଙ୍କ ଆଦେଶକୁ ବ୍ଲକର କନିଷ୍ଟ ଯନ୍ତ୍ରୀ ଓ ବିଡିଓ ଙ୍କ ଉପରେ କଣ ପ୍ରଭାବ ପଡୁଛି ତାହା ସମୟ ସାକ୍ଷେପ।