ଓଡ଼ଗାଁ ବନ ବିଭାଗ କବଜାରେ ୩ ଶିକାରୀ: ୨ ବନ୍ୟପ୍ରାଣୀ ସହିତ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ୫ ଗୁଳି ଜବତ…


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ବାଣ୍ଠପୁର ଜଙ୍ଗଲରେ ପଟ୍ରୋଲିଂ କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କଠାରୁ ୨ଟି ମୃତ ଶାଳିଆପତନୀ, ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ସହିତ ୫ ଟି ଗୁଳି ଜବତ କରାଯାଇଛି।ଗିରଫ ଶିକାରୀ ମାନେ ଓଡ଼ଗାଁ ନୋତରପଲ୍ଲୀ ଗାଁ ର ଦୟାନିଧି ପ୍ରଧାନ(୪୧), ଗୌର ପ୍ରଧାନ(୩୭), ଶୁକୁରୁ ପ୍ରଧାନ(୭୧)।ବନ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ ମାତ୍ର ସେମାନଙ୍କର ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ଓଡ଼ଗାଁ ବନରକ୍ଷୀ ସୌମ୍ୟ ରଞ୍ଜନ ଦଳେଇଙ୍କ ନେତୃତ୍ୱରେ ବାଣ୍ଠପୁର ବନରକ୍ଷୀ ଉଦ୍ଧବ ପ୍ରଧାନଙ୍କ ସହିତ ବନବିଭାଗ ସ୍କ୍ୱାର୍ଡ ବାଣ୍ଠପୁର ଜଙ୍ଗଲକୁ ଯାଇଥିଲେ ।କିଛି ଶବ୍ଦଶୁଣି ତାକୁ ପିଛା କରିବା ବେଳେ ଅଭିଯୁକ୍ତମାନେ ବନ ବିଭାଗ କର୍ମଚାରୀ ମାନଙ୍କ ହାତରେ ଧାରାପଡ଼ିଥିଲେ ।

ad-week
Leave A Reply

Your email address will not be published.