ପୋଖରୀରେ ବୁଡି ବୃଦ୍ଧା ମୃତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ମକରଝୋଳ ଗ୍ରାମ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଆଶାରାଣୀ ବାଡତ୍ୟା (୬୬)। ପ୍ରକାଶ ଯେ, ଶନିବାର ଅପରାହ୍ନରେ ବୃଦ୍ଧା ଜଣଙ୍କ ଶୌଚ ସକାଶେ ଗ୍ରାମ ପୋଖରୀକୁ ଯାଇଥିଲେ।‌ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ସନ୍ଦେହ କରି ଗ୍ରାମର କିଛି ଲୋକଙ୍କ ସହାୟତାରେ ପୋଖରୀ ଭିତରେ ଖୋଜିଥିଲେ। ପରେ ପୋଖରୀ ପାଣିରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର -୧୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.