ପରିଚାଳନାରେ ଅନିୟମିତତ ଯୋଗୁଁ ଦେବୋତ୍ତର ବିଭାଗକୁ ଗଲା ଫତେଗଡ ରାମ ମନ୍ଦିର…

add-all


ନୟାଗଡ : ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥ‌ିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥ‌ିବା ଦେବୋତ୍ତର କମିସନ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। କମିସନଙ୍କ ନିର୍ଦେଶକ୍ରମେ ଦେବୋତ୍ତର ନିରୀକ୍ଷକ ଏହାର ପରିଚାଳନା ସମ୍ବନ୍ଧରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମନ୍ଦିର ପରିଚାଳନାରେ ଥିବା ବ୍ୟକ୍ତିମାନେ ଅନୁଷ୍ଠାନର ଆୟବ୍ୟୟର ତଥ୍ୟ ପ୍ରଦାନ କରିପାରିନଥିଲେ। ଦେବୋତ୍ତର ନିରୀକ୍ଷକଙ୍କ ବିବରଣୀ ଏବଂ ଅନ୍ୟ ତଥ୍ୟାବଳୀ ବିଚାରକୁ ନେଇ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ ମନ୍ଦିରକୁ ଦେବୋତ୍ତର ବିଭାଗ ଦ୍ଵାରା ସୂଚୀଭୁକ୍ତ କରାଯାଇଛି। ଏହାର ପରିଚାଳନା ପାଇଁ ଏକ ନ୍ୟାସମଣ୍ଡଳୀ ଗଠନ ନିମନ୍ତେ ସହକାରୀ ଦେବୋତ୍ତର ଆୟୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାପୁର ଗ୍ରାମବାସୀ, ଫତେଗଡ଼ ଓ ଶ୍ରୀରାମ ସେବା ପରିଷଦର ସହଯୋଗରେ ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଏହି ଶ୍ରୀରାମ ମନ୍ଦିର ନିର୍ମାଣ ହୋଇଛି।

ad-week
Leave A Reply

Your email address will not be published.