ଆସିକା ସିଆଳିଆ ରେ ସାଂସଦ ଓ ବିଧାୟକ ଗୋଷ୍ଠି ମୁହାଁ ମୁହିଁ :ଉଭେୟ ପକ୍ଷର କର୍ମୀଙ୍କ ମଧ୍ୟରେ ହାତାହାତି ପୋଲିସ ର ହସ୍ତକ୍ଷେପ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ଭିତରେ ଗୋଷ୍ଠି କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ର ସିଆଳିଆ ପଞ୍ଚାୟତରେ ରବିବାର ଦିନ ସାଂସଦ ଓ ବିଧାୟକଙ୍କ ଗୋଷ୍ଠି ମଧ୍ୟରେ ଛକାପଞ୍ଝା ଲାଗିବା ସହ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହେବା ପରେ ଶେଷରେ ପୋଲିସ କୁ ହସ୍ତକ୍ଷେପ କରିବାକୁ ପଡ଼ିଥିବା ଚର୍ଚ୍ଚାର ବିଷୟ ହୋଇଛି। ନୂତନ ସରକାର ଗଠନ ହେବା ପରେ ପରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ନଈର ଦୁଇ କୂଳ ଭଳି ଆସିକା ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମ ଦୂରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ହେଉକି ଦଳୀୟ କାର୍ଯ୍ୟକ୍ରମ ରେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁନି। ଆସିକା ପଞ୍ଚାୟତର ସମିତି ବୈଠକରେ ସାଂସଦ ଆସିବାର ଆଗୁଆ ସୂଚନା ପାଇ କୁଆଡେ ବିଧାୟକ ଛୁ ମାରିଥିଲେ। ଦଳୀୟ କାର୍ଯ୍ୟକ୍ରମ ହେଉକି ସରକାରୀ କାର୍ଯ୍ୟକ୍ରମ ରେ ସାଂସଦଙ୍କୁ ପୁରେଇ ନଦେବା ଲାଗି ବିଧାୟକ ବିଭିନ୍ନ ସ୍ଥାନରେ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ସମିତି ବୈଠକ ରେ ଆସିକା ସାଂସଦଙ୍କୁ ଭବ୍ୟ ସମର୍ଦ୍ଧନା ଦେଖି ବିଧାୟକ ଗୋଷ୍ଠି ଛାନିଆ ହେବା ପରେ ପ୍ରତିଶୋଧ ପରାୟଣ ଭଳି ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି। ରବିବାର ଦିନ ସିଆଳିଆ ଗ୍ରାମରେ ଆସିକା ସାଂସଦଙ୍କୁ ଗ୍ରାମରେ ସମର୍ଦ୍ଧନା ଦେବାକୁ ଡ଼ାକିଥିବା ବେଳେ ବିଧାୟକ ଗୋଷ୍ଠି ପକ୍ଷରୁ କୁଆଡ଼େ ବିରୋଧ କରିବା ଯିବା ବେଳେ ଉଭୟ ଗୋଷ୍ଠି ମଧ୍ୟରେ ହାତାହାତି ହେବା ପୋଲିସ ହସ୍ତକ୍ଷେପ କରିବା ଘଟଣା ଏବେ ଜୋର ଦାର ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛି। ସାଂସଦ ଓ ବିଧାୟକଙ୍କ ଗୋଷ୍ଠି କନ୍ଦଳ ଦଳ ପାଇଁ ମହଙ୍ଗା ସାବସ୍ଥ୍ୟ ହେବ ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଲାଣି।

ad-week
Leave A Reply

Your email address will not be published.