୧୫ ସେପ୍ଟେମ୍ବର ସୁଦ୍ଧା ଦାଖଲ କରିହେବ ଆୟକର ରିଟର୍ଣ୍ଣ

add-all

ନୂଆଦିଲ୍ଲୀ : ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି।
ସିବିଡିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଇଟିଆର (ଆୟକର ରିଟର୍ଣ୍ଣ) ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି। ଆଇଟିଆର ଫର୍ମ, ସିଷ୍ଟମ ଡେଭଲପମେଣ୍ଟ ଆବଶ୍ୟକତା ଏବଂ ଟିଡିଏସ୍ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଯୋଗୁଁ ତାରିଖକୁ ବୃଦ୍ଧି କରାଯାଇଛି।
ଆୟକର ବିଭାଗ ପକ୍ଷରୁ ଏକ୍ସ (ଯାହାକି ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ଥିଲା) ରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପୋଷ୍ଟରେ ଲେଖାଯାଇଛି, “କରଦାତାମାନେ ଧ୍ୟାନ ଦିଅନ୍ତୁ! ଆଇଟିଆର ଫାଇଲିଂର ଶେଷ ତାରିଖକୁ ୩୧ ଜୁଲାଇରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆଇଟିଆର ଫର୍ମ, ସିଷ୍ଟମ ବିକାଶ ଆବଶ୍ୟକତା ଏବଂ ଟିଡିଏସ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁଁ ଏହି ସମ୍ପ୍ରସାରଣ ଅଧିକ ସମୟ ପ୍ରଦାନ କରିବ। ଏହା ସମସ୍ତଙ୍କ ପାଇଁ ଏକ ସୁଗମ ଏବଂ ସଠିକ୍ ଫାଇଲିଂ ଅଭିଜ୍ଞତା ସୁନିଶ୍ଚିତ କରେ। ପରେ ଆନୁଷ୍ଠାନିକ ବିଜ୍ଞପ୍ତି ଦିଆଯିବ।”

ad-week
Leave A Reply

Your email address will not be published.