ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ମୋଦୀ

youtube

ନୂଆଦିଲ୍ଲୀ : ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୪୭ ମସିହାରେ ଦେଶ ୩ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା । ପାକିସ୍ତାନ ମୁଜାଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ଭାରତ ମାଟିର ଏକ ଅଂଶକୁ କବଜା କରିଥିଲା । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ପର୍ଯ୍ୟନ୍ତ ଆମେ ପିଓକେ ନପାଇଛୁ ସେ ପର୍ଯ୍ୟନ୍ତ ଆମ ସଶସ୍ତ୍ର ବାହିନୀ ଆଗକୁ ବଢିବା ବନ୍ଦ ନକରନ୍ତୁ ।
ହେଲେ କେହି ତାଙ୍କ କଥା ଶୁଣିନଥିଲେ । ଗତ ୭୫ବର୍ଷ ହେଲା ଆମେ ଭୋଗୁଛୁ । ପହଲଗାଓଁ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଏକ ଉଦହରଣ । ଶରୀର ଯେତେ ସୁସ୍ଥ ଥାଉ ନା କାହିଁକି ଯଦି ଗୋଟିଏ କଣ୍ଟା ଫୁଟେ, ପୁରା ଶରୀରକୁ କଷ୍ଟ ହୁଏ । ଏବେ ଆମେ ସେହି ଆତଙ୍କବାଦର କଣ୍ଟାକୁ କାଢିକି ହିଁ ରହିବୁ । ଅନ୍ୟପଟେ ପାକିସ୍ତାନକୁ ଆମେ ଯୁଦ୍ଧରେ ତିନିଥର ପରାସ୍ତ କରି ସାରିଛୁ । ପାକିସ୍ତାନ ଭଲ ଭାବରେ ଜାଣିଛି ସେ ଯୁଦ୍ଧରେ କେବେ ହେଲେ ଜିତି ପାରିବ ନାହିଁ ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.