ସରକାରୀ ମାଲ ଦରିୟା ମେ ଡାଲ : ଅଫିସରେ ନାହାନ୍ତି ବାବୁ ଚାଲିଛି ଦୁଇ ଦୁଇଟି ଏସି

add-all

ମାଲକାନଗିରି ଖରାଦିନେ ପ୍ରବଳ ଗରମରୁ ତ୍ରାହି ପାଇବାକୁ କାହାକୁ ବା ଭଲ ନଲାଗେ । ଟିକିଏ ଏସି ପବନ ବାଜିଲେ ଖୁସିର ସୀମା ବହୁ ଗୁଣରେ ହୋଇଥାଏ । କିନ୍ତୁ ଏସି ପବନ ପାଇବାକୁ ହେଲେ ଖର୍ଚ୍ଚ କରିବାକୁ ସମସ୍ତ ଙ୍କ ପାଖରେ ସମର୍ଥ ହୋଇନଥାନ୍ତି । ଏହି କ୍ଷତ୍ରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ପଂଚାୟତ ଅଫିସରେ ବର୍ତ୍ତମାନ ସକାଳୁଆ ଅଫିସ ହୋଇଥିବା ବେଳେ ସକାଳ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ପ୍ରାୟ ଘ୧.୨୦ ମିନିଟ ସମୟରେ ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କ ଚାମ୍ବର ରେ ଦୁଇ ଏସି ଚାଲୁ ରହିଥିବା ବେଳେ କାହାର ଦେଖାନଥିଲା । ପ୍ରାୟ ୨୦ମିନିଟ ପର୍ଯ୍ୟନ୍ତ ଅପେକ୍ଷା ପରେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ନଥିଲା । ତେବେ କିଭଳି ଭାବେ ସରକାରୀ ସମ୍ପତ୍ତିର ଦୁରୂପଯୋଗ ହେଉଛି ତାହା ପ୍ରଶ୍ନର ବିଷୟ । ସାଧାରଣ ଗରିବ ଲୋକଟି ବର୍ଦ୍ଧିତ ବିଦ୍ୟୁତ ବିଲ ପୈଠ କରିବାରେ ଅସମର୍ଥ ହେଉଥିବା ବେଳେ ସରକାରୀ ବାବୁଙ୍କ ଏହି ଭଳି ବେପରୁଆ କାର୍ଯ୍ୟ କୁ ସାଧାରଣରେ ନାପସନ୍ଦ କରାଯାଇଛି ।

ad-week
Leave A Reply

Your email address will not be published.