ଦର୍ପଙ୍ଗିଆ ଆଶ୍ରମ ବିଦ୍ୟାଳୟ ରେ ଜନଜାତି ଗୌରବ ଦିବସ ପାଳିତ

kalipuja

ଭଞ୍ଜନଗର : ଆଜି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବ୍ଲକ ର ଏକମାତ୍ର ଆଦିବାସୀ ଜନଜାତି ବିଦ୍ୟାଳୟ ଦର୍ପଙ୍ଗିଆ ଆଶ୍ରମ ବିଦ୍ୟାଳୟ ରେ ଭଗବାନ ବିର୍ଷାମୁଣ୍ଡା ଙ୍କ 152 ତମ ଜୟନ୍ତୀ ସହିତ ବିଦ୍ୟାଳୟ ର ସହାଭାଗିତା ରୂପେ ଅବିଭାବକ ଙ୍କ ବୈଠକ (PAP) ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀଣି ଶ୍ରୀମତୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ରେ ଛାତ୍ରୀ ଅନ୍ତୋବାସିନୀ ଙ୍କ ଶୈକ୍ଷିକ ଓ ଅଣ ଶୈକ୍ଷିକ ଦିଗରେ କିପରି ଅଗ୍ରଗତି କରିବେ ତାହା ଆଲୋକପାତ କରିଥିଲେ। ମଞ୍ଚ ସଭାପତି ରୂପେ ଦଦରାଲୁଣ୍ଡା କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ମନ୍ମଥ କୁମାର ବିଷୋୟୀ, ମୁଖ୍ୟବକ୍ତା ରୂପେ ସଙ୍କଟ ମୋଚନ ଆଶ୍ରମ ର ଆଧାତ୍ମିକ ଗୁରୁ ସଦାନନ୍ଦ ମହାରାଜ, ସମ୍ମାନୀୟ ଅତିଥି ଭାବେ ନିସର୍ତ ର ଉପଖଣ୍ଡ ସାମ୍ବାଦିକ ଶ୍ରୀଯୁକ୍ତ ରାଜ କିଶୋର ବିଷୋୟୀ, ମୁଜାଗଡ଼ କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାନେତ୍ରୀ ଶ୍ରୀମତୀ ଗାୟତ୍ରୀ ନାୟକ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ମଂଚାସୀନ ହୋଇଥିଲେ।
ଏଥିରେ ସମସ୍ତ ମଂଚାସୀନ ଅତିଥି ବୃନ୍ଦ ବିଦ୍ୟାଳୟ ସହିତ ଅଭିଭାବକ ମାନଙ୍କର ସହାଭାଗିତା ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟାଲକ୍ଷ୍ମୀ ବିଷୋୟୀ, ଶ୍ରୀମତୀ ଚିନ୍ନମୟୀ ନାୟକ, ମ୍ୟଟ୍ରୋନ ଶ୍ରୀମତୀ ଯୋଗେଶ୍ୱରୀ ନାୟକ ଏବଂ ସି ସି ଏ କାଞ୍ଚନ ନାୟକ, ରିତା କୁମାରୀ ପ୍ରଧାନ, ଧୋବୁନି ନାୟକ, ସୁକାନ୍ତି ନାୟକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ବିଦ୍ୟାଳୟ ର ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.